ଓଡିଶା

୪ ବର୍ଷରେ ୧୯୨ କଲରାପତରିଆ ଉଭାନ

(ଭୁବନେଶ୍ୱର) : ଓଡ଼ିଶାରୁ କୁଆଡେ ଗଲେ କଲରାପତରିଆ ବାଘ । ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ବଢ଼ିଥିବା ବେଳେ, ଓଡ଼ିଶାରେ କମୁଥିବା ସୂଚନା ରହିଛି । ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ୫୬୮କୁ ହ୍ରାସ ପାଇଛି । ଚାରି ବର୍ଷ ତଳେ ଥିଲା ୭୬୦ ସଂଖ୍ୟା ଥିଲା ।

ସୂଚନାନୁଯାୟୀ ,  ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା NTCAର ଷ୍ଟାଟସ୍ ଅଫ୍ ଲିଓପାର୍ଡସ୍ ଇନ୍ ଇଣ୍ଡିଆ-୨୦୨୨ ରିପୋର୍ଟରୁ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଘନ ଘନ ବାଘ ଛାଲ ଜବତ ବି ଏକଥାକୁ ପ୍ରମାଣିତ କରୁଛି । ୨୦୧୮ ଗଣନା ଅନୁସାରେ ଓଡ଼ିଶା ଜଙ୍ଗଲରେ ୭୬୦ଟି କଲରାପତରିଆ ବାଘ ଥିଲେ । ୨୦୨୨ରେ ଏହି ସଂଖ୍ୟା ୫୬୮କୁ ଖସିଆସିଛି । ତେବେ ସାରା ଦେଶରେ କଲରାପତରିଆ ବାଘ ସଂଖ୍ୟା ୨୦୧୮ର ୧୨ ହଜାର ୮୫୨ ରେକର୍ଡ ହୋଇଥିବା ବେଳେ, ୨୦୨୨ରେ ଏହା ୧୩ ହଜାର ୮୭୪କୁ ବୃଦ୍ଧି ପାଇଛି । ଦେଶରେ ୪ବର୍ଷରେ ୯୮୨ କଲରାପତରିଆ ବଢ଼ିଛନ୍ତି । କିଛି ଦିନ ପୂର୍ବରୁ ଓଡ଼ିଶାରେ ବାଘ ଗଣନା କରାଯାଇଥିଲା। ରାଜ୍ୟରେ ଏବେ ମୋଟ ୭ଟି ବାଘଛୁଆ ସମେତ ୩୦ଟି ବାଘ ଅଛନ୍ତି । ସେଥିରେ ୧୩ଟି କଳାବାଘ ଚିହ୍ନଟ କରାଯାଇଥିଲା । ଶିମିଳିପାଳ ଅଭୟାରଣ୍ୟ ଅଂଚଳରେ ବିଶ୍ୱର ଏହି ବିରଳ ପ୍ରଜାତିର କଳାବାଘ ରହିଥିବା ଓଡ଼ିଶା ସରକାରଙ୍କ ରିପୋର୍ଟରୁ ସୂଚନା ମିଳିଥିଲା।

Related posts

STF, ଭୁବନେଶ୍ୱର ମୋଟ ୬୧ଟି ମାମଲା ରୁଜୁ କରାଯିବା ସହ ମୋଟ ୭୩,୧୮୧ ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ ସିରପ ଜବତ

mahabharatanews

ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ

mahabharatanews

ଭାଲୁ ଆକ୍ରମଣରେ ଯୁବକ ଆହତ

mahabharatanews