ଓଡିଶା

 ମହାଶିବରାତ୍ରୀ: ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜଙ୍କର ମହାଦୀପ

(ଭୁବନେଶ୍ୱର) :  ଚଳିତ ମାସ ୮ତାରିଖରେ ପାଳନ ହେବ ମହାଶିବରାତ୍ରୀ । ମନ୍ଦିର ସେଫେଇ କାର୍ଯ୍ୟଠୁ ଆରମ୍ଭ କରି ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବ୍ୟବାସ୍ଥା କରାଯାଇଛି ।

ସୂଚନାନୁଯାୟୀ , ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଏଥର ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ମହାଦୀପ । ଚଳିତ ଥର ଭୋର୍ ୩ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ଶ୍ରୀଲିଙ୍ଗରାଜଙ୍କର ନୀତିକାନ୍ତି ଆରମ୍ଭ କରାଯିବ । ପ୍ରାତଃ ୩ଟା ରୁ ୩.୩୦ପର୍ଯ୍ୟନ୍ତ ହେବ ମଙ୍ଗଳା ଆଳତୀ ଓ ଅବକାଶ । ଏହା ପରେ ଭୋର ୩.୩୦ରୁ ଦିବା ୧୧ଟା ପର୍ଯ୍ୟନ୍ତ ହେବ ସାହାଣମେଲା ଦର୍ଶନ । ଏହା ପରେ ଅନ୍ୟ ନୀତିକାନ୍ତି ହେବାର ନୀତି ନିର୍ଘଣ୍ଟ ରହିଛି । ରାତି ୧୦ଟା ରେ ମହାଦୀପ ଦର୍ଶନ ହେବ ।

Related posts

ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାର ପଞ୍ଚମ ବାର୍ଷିକ ଉତ୍ସବ

mahabharatanews

୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା; ୧୮  ଜିଲ୍ଲାକୁ ୱାର୍ଣ୍ଣିଂ ଜାରି 

mahabharatanews

ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

mahabharatanews