ଓଡିଶା

୫ଦିନ ଯାଏଁ ରାଜ୍ୟରେ ବର୍ଷିବ  

(ଭୁବନେଶ୍ୱର) :  ଆଜିଠୁ ଆରମ୍ଭ ହେବ ବର୍ଷା । ୫ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ । ଏ ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ବର୍ଷା ହେତୁ ଆଶ୍ବସ୍ତି ମିଳିବ  ।

ସୂଚନାନୁଯାୟୀ , ସୋମବାର ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁରରେ ହାଲୁକା ବର୍ଷା ସମ୍ଭାବନା ଅଛି । ଏହା ପରେ ୭ ଓ ୮ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ତେବେ ୭ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୮ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତ୍‌ସିଂହପୁରରେ ବର୍ଷା ସମ୍ଭାବନା ଅଛି ।

Related posts

ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

mahabharatanews

ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି, ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ

mahabharatanews

ଆରଟିଓ ଭୁବନେଶ୍ୱର ୧ ଅଫିସ ସାମ୍ନାରେ ଦଲାଲ ଗିରି କରୁଥିବା ଅଭିଯୋଗରେ ୯ଜଣ ଦଲାଲଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

mahabharatanews