ଭାରତ

ରାମେଶ୍ୱରାମ କାଫେ ବୋମା ବିସ୍ଫୋରଣ; ୪ ଗିରଫ

(ବେଙ୍ଗାଲୁରୁ) : ବେଙ୍ଗାଲୁରୁର କୁଣ୍ଡଲହଲ୍ଲୀରେ ଅଞ୍ଚଳରେ ଥିବା ରମେଶ୍ୱରାମ କାଫେରେ ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ୪ଜଣଙ୍କୁ ପଚରାଉଚରା ପାଇଁ ଗିରଫ କରାଯାଇଛି ।ଏହି ଘଟଣାର ଅନୁସନ୍ଧାନ କରୁଥିବା କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ ଧରୱାଡ, ହବଲି ଏବଂ ବେଙ୍ଗାଲୁରୁରୁ ଉଠାଯାଇଥିବା ଚାରିଜଣଙ୍କୁ ‘ବିସ୍ତୃତ’ ପଚରାଉଚରା କରୁଛନ୍ତି।

ସୂଚନାନୁଯାୟୀ , ବେଙ୍ଗାଲୁରୁ ନଗର କମିଶନର ବି ଦିନାନନ୍ଦ କହିଛନ୍ତି ଯେ ଶୁକ୍ରବାର ଅପରାହ୍ନରେ ଏକ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (IED) ଦ୍ୱାରା ଘଟିଥିବା ରମେଶ୍ୱରମ୍ କାଫେ ଘଟଣାର ତଦନ୍ତ ଚାଲିଛି। ସେ କହିଛନ୍ତି, ‘ଏପର୍ଯ୍ୟନ୍ତ ମିଳିଥିବା ବିଭିନ୍ନ ସୂତ୍ର ଉପରେ ଏକାଧିକ ଦଳ କାର୍ଯ୍ୟ କରୁଛନ୍ତି।’ ଦିନାନନ୍ଦ କହିଛନ୍ତି ଯେ ଘଟଣାର ସମ୍ବେଦନଶୀଳତା ଏବଂ ସୁରକ୍ଷା ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଗଣମାଧ୍ୟମକୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇବାକୁ ନିବେଦନ କରାଯାଇଛି।

Related posts

ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଶୁଣିଲାନି ଆଇସିସି ।

mahabharatanews

ବୁଡିଗଲା ମାଛଧରା ଟ୍ରଲର: ମୃତ୍ୟୁ ସଂଖ୍ୟା ୩୦୦, କାଶ୍ମୀରର ୧୩୫ ଜଣ 

mahabharatanews

ହକି ଶିବିରରେ କରୋନା: ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରସ୍ତୁତିରେ ବାଧା

mahabharatanews