ଓଡିଶା

ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା 

(କଟକ) :  କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନାମାଙ୍କନ ବେଳେ ଭୁଲ ତଥ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଯାହାର ଶୁଣାଣି କରି ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି । ଗତ ୨୦୧୯ ବିଧାନସଭା ନିର୍ବାଚନରେ ନାମାଙ୍କନ ଦାଖଲ ବେଳେ ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନ ଥିଲେ ମୋକିମ ।

ସୂଚନାନୁଯାୟୀ , ନାମାଙ୍କନ ପତ୍ରରେ ଏସମ୍ପର୍କୀତ ତଥ୍ୟ ଲୁଚାଇଥିବାରୁ ତାହା RTI ଆକ୍ଟକୁ ଉଲ୍ଳଘଂନ କରୁଛି ବୋଲି ବିଜେଡି ନେତା ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ । ନିର୍ବାଚନ ସତ୍ୟପାଠରେ ଅନିୟମିତତା ଥିବା ନେଇ ଅଭିଯୋଗ ଆଣିଥିଲେ ଦେବାଶିଷ । ଯାହାର ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ କରିଥିଲେ ହାଇକୋର୍ଟ । ଯାହାର ଶୁଣାଣି କରି ଆଜି ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି । ନାସା ଗତ ୫ ବର୍ଷ ଧରି ମୋକିମ କଟକ-ବାରବାଟୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ନିଜ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଏବେ ତାହା ଅସିଦ୍ଧ ହୋଇ ଯାଇଛି।

 

Related posts

ଭୁବନେଶ୍ୱରରୁ ୧୨ ନୁଆ କରୋନା ପଜିଟିଭ ଚିହ୍ନଟ

mahabharatanews

ଆରମ୍ଭ ହେଲା ସିଂହଦୁଆରରେ ରୁପାରେ ଛାଉଣୀ  କାମ

mahabharatanews

ସହିଦ ସପ୍ତାହ: ସୁରକ୍ଷା ବାହିନୀ ଗୁଳିରେ ଏକାଧିକ ନକ୍ସଲ ମୃତ୍ୟୁ

mahabharatanews