ଭାରତ

ବୃଦ୍ଧି ପାଇବ ପିଆଜ ଦର 

(ଦିଲ୍ଲୀ) : ଦେଶରେ ଗୋଟିଏ ପଟେ ରସୁଣ ଦର ବୃଦ୍ଧି ପାଉଥିବା ବେଳେ କିନ୍ତୁ ପିଆଜ ଦରରେ ପରିବର୍ତନ ହୋଇନାହିଁ । ତେବେ ଗତ ସପ୍ତାହରୁ ପିଆଜ ଦର ମଧ୍ୟ ବଢିବା ରେ ଲାଗିଛି ଏବଂ ଦିଲ୍ଲୀର ଆଜାଦପୁର ମଣ୍ଡିରେ ପିଆଜ ଦର ବୃଦ୍ଧି ଦେଖିବାକୁ ମିଳିଛି । ୧୬ରୁ ୨୪ ଟଙ୍କା ମଧ୍ୟରେ ମିଳୁଥିବା ପିଆଜ ଚଳିତ ଶନିବାରଠାରୁ ଆଜାଦପୁର ମଣ୍ଡିରେ କିଲୋ ପିଛା ୧୭ରୁ ୨୭ ଟଙ୍କାରେ ବିକ୍ରି ଆରମ୍ଭ ହୋଇଛି।

ସୂଚନାନୁଯାୟୀ , ସରକାର ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ବାଂଲାଦେଶକୁ ୬୪,୪୦୦ ଟନ୍ ପିଆଜ ରପ୍ତାନିକୁ ମଞ୍ଜୁରୀ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ବାଂଲାଦେଶକୁ ୫୦ ହଜାର ଟନ୍ ପିଆଜ ରପ୍ତାନି ହେବ ଏବଂ ୟୁଏଇକୁ ୧୪,୪୦୦ ଟନ୍ ପିଆଜ ରପ୍ତାନି ହେବ। କେନ୍ଦ୍ର ସରକାରଙ୍କ ତରଫରୁ ବାଣିଜ୍ୟ ମନ୍ତ୍ରଣାଳୟ ମଧ୍ୟ ଏଥିପାଇଁ ବିଜ୍ଞପ୍ତି ଜାରି କରିଛି। ଗତ ମାସରେ କେନ୍ଦ୍ର ସରକାର ପିଆଜ ଉପରୁ ରପ୍ତାନି କଟକଣା ହଟାଇବା ପରେ ପିଆଜ ଦର ବୃଦ୍ଧି ପାଇଥିଲା ।

Related posts

ଜବରଜସ୍ତ ଫର୍ମରେ ହିଟ ମ୍ୟାନ, ବିଗାଡୁଛି ବୋଲରଙ୍କ ଲୟ

mahabharatanews

ବିଜୟଙ୍କ ଫିଲ୍ମ ଜନ ନାୟଗନକୁ UA ସାର୍ଟିଫିକେଟ ଦେଲା ମାଡ୍ରାସ ହାଇକୋର୍ଟ

mahabharatanews

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନ ହିଂସା,ପୁଣି ୩ ମୃତ  

mahabharatanews