ମନୋରଞ୍ଜନ

 ‘Ae Watan Mere Watan’ର ଟ୍ରେଲର ରିଲିଜ୍

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ମାର୍ଚ୍ଚ ୨୦୨୪ରେ ଲୋକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ । ଚଳିତ ମାସରେ ତାଙ୍କର ୨ଟି ଚଳଚ୍ଚିତ୍ର OTT ରେ ରିଲିଜ୍ ହେବା ପାଇଁ ଯାଉଛି । ଆଜି ତାଙ୍କର ଚଳଚ୍ଚିତ୍ର ‘Ae Watan Mere Watan’ର ଟ୍ରେଲର ରିଲିଜ୍ ହୋଇଛି । ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି ଏହି ଟ୍ରେଲର ।

ସୂଚନାନୁଯାୟୀ , ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ‘Ae Watan Mere Watan’ 1942ର ଭାରତ ଛାଡ ଆନ୍ଦୋଳନ ଉପରେ ଆଧାରିତ, ଯାହାକି ଭାରତର ସ୍ୱାଧୀନତା ସଂଗ୍ରାମର ଏକ ବିଶେଷ ଏବଂ ଭିନ୍ନ ଦିଗର କାହାଣୀ ଦେଖିବା ପାଇଁ ମିଳିବ । ସାରା ଅଲି ଖାନଙ୍କ ଏହି ଚଳଚ୍ଚିତ୍ର ଚଳିତ ମାସରେ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ । ଦେଶପ୍ରେମ ଭାବନାରେ ପରିପୂର୍ଣ୍ଣ ଏହି ଥ୍ରୀଲର-ଡ୍ରାମା ଚଳଚ୍ଚିତ୍ର କରଣ ଜୋହର, ଅପୁର୍ବା ମେହେତ୍ତା ଏବଂ ସୋମନ୍ ମିଶ୍ରଙ୍କ ଦ୍ୱାରା ମିଳିତ ଭାବେ ପ୍ରଡ୍ୟୁସ କରାଯାଇଛି ।

Related posts

ସରିଲା ପରି-ରାଘବଙ୍କ ବିବାହ 

mahabharatanews

ପ୍ରିୟଙ୍କା ଚୋପ୍ରା ପିଲାଙ୍କ ସୁରକ୍ଷାକୁ ନେଇ ସାହାର୍ଯ୍ୟ ମାଗିଲେ, ସେୟାର କଲେ ପୋଷ୍ଟ

mahabharatanews

 କାମାକ୍ଷା ମନ୍ଦିରରେ ତମନ୍ନା ଭାଟିଆ

mahabharatanews