ଭାରତ

ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲର ମହମ୍ମଦ ଶାମି 

(ଦିଲ୍ଲୀ) : ଲୋକସଭା ନିର୍ବାଚନ ଆଉ କିଛି ଦିନ ବାକି ଅଛି । ଏହାରି ଭିତରେ ନିର୍ବାଚନ କମିଶନର ତାରିଖ ଘୋଷଣା କରିନାହାନ୍ତି କିନ୍ତୁ ରାଜନୈତିକ ଦଳ ସେମାନର ପ୍ରାର୍ଥୀଙ୍କ ନାମକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ବିଜେପି ତାହାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସ ଏହାର ଘୋଷଣା କରି ନାହିଁ । ଏହାରି ଭିତରେ ଭାରତୀୟ କ୍ରିକେଟର ତଥା ଦ୍ରୁତ ବୋଲର ମହମ୍ମଦ ଶାମି ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି ।

ସୂଚନାନୁଯାୟୀ , ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନରେ ମହମ୍ମଦ ଶାମିଙ୍କୁ ଟିକେଟ ଦେବାକୁ ଯୋଜନା କରୁଛି । ରିପୋର୍ଟ ଅନୁଯାୟୀ, ଲୋକସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରୁ କ୍ରିକେଟର ମହମ୍ମଦ ଶାମିଙ୍କୁ ମଇଦାନକୁ ଓହ୍ଲାଇ ପାରନ୍ତି । ଇଣ୍ଡିଆ ମେଣ୍ଟକୁ ଝଟକା, ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କଲେ ମେହବୁବା ଆସନ୍ତା ଲୋକସଭା ନିର୍ବାଚନରେ ବେଙ୍ଗଲରୁ ଷ୍ଟାର କ୍ରିକେଟର ମହମ୍ମଦ ଶାମିଙ୍କୁ ଟିକେଟ୍ ଦେବାକୁ ଚିନ୍ତା କରୁଛି। ଶାମି ରଣଜୀ ଟ୍ରଫିରେ ବଙ୍ଗଳାକୁ ପ୍ରତିନିଧିତ୍ୱ କରନ୍ତି ଏବଂ ରାଜ୍ୟ ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି ।

Related posts

କଡ଼ା ସୁରକ୍ଷା ବଳୟରେ ତିହାର ଜେଲ

mahabharatanews

ଭାରତୀୟଙ୍କ ପାଇଁ ଭିସାମୁକ୍ତ କଲା ମାଲେସିଆ  

mahabharatanews

ଜନସଂଖ୍ୟା ବୃଦ୍ଧିରେ ଚାଇନାକୁ ପଛରେ ପକାଇ ଏକ ନମ୍ବରରେ ଭାରତ

mahabharatanews