ଭାରତ

କଡ଼ା ସୁରକ୍ଷା ବଳୟରେ ତିହାର ଜେଲ

(ଦିଲ୍ଲୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ଏବେ ତିହାର ଜେଲ୍‌ର କଡ଼ା ସୁରକ୍ଷା ବଳୟରେ ଅଛନ୍ତି। କିଛି କଏଦୀ ତାଙ୍କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିପାରନ୍ତି ବୋଲି ସୂଚନା ମିଳିବା ପରେ ତିହାର ଜେଲ୍‌ ସୁରକ୍ଷାକର୍ମୀମାନେ ସର୍ବାଧିକ ସତର୍କତା ଅବଲମ୍ବନ କରିଛନ୍ତି।

ସୂଚନାନୁଯାୟୀ , କେଜ୍ରିଵାଲଙ୍କୁ ରଖାଯାଇଥିବା ତିହାର ଜେଲ୍ ନମ୍ବର-୨ରେ ପ୍ରତ୍ୟେକ ଗତିବିଧି ଉପରେ ଅହରହ ନଜର ରଖାଯାଉଛି। ଏଠାରେ ଅନେକ ଗ୍ୟାଙ୍ଗ୍‌ଷ୍ଟର ଓ କୁଖ୍ୟାତ ଅପରାଧୀ ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବିଶେଷ ବନ୍ଦୋବସ୍ତ ହୋଇଛି। ୨୦୨୧ ମସିହାରେ ଶ୍ରୀକାନ ରାମାସ୍ୱାମୀ ନାମକ ଜଣେ କଏଦୀଙ୍କୁ ତିହାର ଜେଲ୍‌ରେ ଗ୍ୟାଙ୍ଗୱାର ସମୟରେ ହତ୍ୟା କରାଯାଇଥିଲା। ଦିଲ୍ଲୀର ଅଶୋକ ବିହାରରେ ରହୁଥିବା ରାମାସ୍ୱାମୀ ୨୦୧୫ରେ ଏକ ହତ୍ୟା ମାମଲାରେ ଗିରଫ ହୋଇଥିଲେ।

Related posts

ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବେ ଏଏପି

mahabharatanews

ଆଦିତ୍ୟ-ଏଲ୍ ୧; ତିରୁମାଲା ମନ୍ଦିରରେ ଇସ୍ରୋ ବୈଜ୍ଞାନିକ ଟିମ

mahabharatanews

ଗିନିସ ବୁକ୍‌ରେ ସ୍ଥାନ ପାଇଲା ରାମଚରିତମାନସ

mahabharatanews