ଭାରତ

ବିଜେପି ଛାଡିଲେ ବ୍ରିଜେନ୍ଦ୍ର

(ଦିଲ୍ଲୀ) : ବିଜେପିକୁ ଲାଗିଛି ବଡ ଝଟକା । ଦଳର ଜଣେ ବଡ଼ ଏମପି ଦଳ ଛାଡିଛନ୍ତି । ସେ ହେଲେ ହିସାରର ବିଜେପି ଏମପି ବ୍ରିଜେନ୍ଦ୍ର ସିଂହ । ବ୍ରିଜେନ୍ଦ୍ର ଇସ୍ତଫା ଦେଇଛନ୍ତି । ୨୦୧୪ରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ୍ ହୋଇଥିଲେ । ଏହାପରେ ସେ ରାଜ୍ୟ ସଭାରୁ ନିର୍ବାଚିତ ହୋଇ କେନ୍ଦ୍ରୀୟ ମନ୍ତ୍ରୀ ହୋଇଥିଲେ । ଆଉ ବର୍ତ୍ତମାନ ସେ କଂଗ୍ରେସ ଦଳରେ ସାମିଲ ହେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏକ୍ସରେ ଟୁଇଟ୍ କରି ବ୍ରିଜେନ୍ଦ୍ର ଲେଖିଛନ୍ତି ଯେ, ରାଜନୈତିକ କାରଣ ହେତୁ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି । ସାଂସଦ ଭାବେ ସେବା କରିବାର ଅବସର ଦେଇଥିବାରୁ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ବ୍ରିଜେନ୍ଦ୍ର । ହରିୟାଣାରେ ବିଜେପିର ପ୍ରଥମ ତାଲିକାରେ ୬ ଜଣ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇଛି ବୋଲି ଆଲୋଚନା ହୋଇଛି । ଏଥିରେ ବ୍ରିଜେନ୍ଦ୍ର ସିଂଙ୍କ ଟିକେଟ ବାତିଲ ହେବାର କିମ୍ବା ତାଙ୍କ ଇଚ୍ଛା ଅନୁଯାୟୀ ସିଟ୍ ନ ପାଇବାର ସମ୍ଭାବନା ରହିଛି । ଏହି କାରଣରୁ ବ୍ରିଜେନ୍ଦ୍ର ବିଜେପି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଏବେ ସାଧାରଣରେ ଶୁଣାଯାଉଛି ।

Related posts

 ସ୍ୱାଧୀନତା ଦିବସରେ ନକ୍ସଲଙ୍କ ହିଂସା କାଣ୍ଡ ; ଆଖି ବୁଜିଲେ ୨ ଯବାନ  

mahabharatanews

ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନିଙ୍କୁ ଭେଟିଲେ ନରେନ୍ଦ୍ର ମୋଦି

mahabharatanews

ଟୀକା ନେବା ପଡିଗଲା ମହଙ୍ଗା

mahabharatanews