ଭାରତ

ଭୋଟର ବଣ୍ଡ ଉପରେ ଆଜି ଶୁଣାଣି

(ଦିଲ୍ଲୀ) : ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଆଜି ଶୁଣାଣି। ସର୍ବୋଚ୍ଚ ନ୍ୟାୟାଳୟରେ ଏହି ମାମଲାର ଶୁଣାଣି ହେବ। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ। ଏହା ବ୍ୟତୀତ ସୁପ୍ରିମକୋର୍ଟ ଆଜି ଏନଜିଓ ଏଡିଆର ଆବେଦନ ଉପରେ ମଧ୍ୟ ଶୁଣାଣି କରିବେ ଯେଉଁଥିରେ ଏସବିଆଇ ବିରୋଧରେ ଅବମାନନା ଆବେଦନ କରାଯାଇଛି।

ସୂଚନାନୁଯାୟୀ , ଏସବିଆଇ ଜାଣିଶୁଣି ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରିଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଏସବିଆଇ ମାର୍ଚ୍ଚ ୬ସୁଦ୍ଧା ନିର୍ବାଚନ ଆୟୋଗକୁ ନିର୍ବାଚନ ବଣ୍ଡ ବିଷୟରେ ସୂଚନା ଦେବା ଉଚିତ ଏବଂ ମାର୍ଚ୍ଚ ୧୩ସୁଦ୍ଧା ନିର୍ବାଚନ ଆୟୋଗ ସେହି ସୂଚନା ସାର୍ବଜନୀନ କରିବା ଉଚିତ। ୪ ବର୍ଷ ପରେ ଜେଏନୟୁରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ, ଘୋଷଣା ହେଲା ନିର୍ବାଚନ ତାରିଖ ଫେବୃଆରୀ ୧୫ରେ, ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ କେନ୍ଦ୍ରର ନିର୍ବାଚନୀ ବଣ୍ଡ ଯୋଜନା ଉପରେ ପ୍ରତିବନ୍ଧକ ଲଗାଇ ଏହାକୁ ଅସାମ୍ବିଧାନିକ ବୋଲି କହିଛି।

Related posts

ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ୨୫୫ଜଣଙ୍କ ମୃତ୍ୟୁ

mahabharatanews

ଭାରତର କଡା ଆଭିମୁଖ୍ୟ : ପାକିସ୍ତାନକୁ ଉଚ୍ଚଶିକ୍ଷା ପାଇଁ ନ ଯିବାକୁ ଦିଆଗଲା ପରାମର୍ଶ

mahabharatanews

ବୁଡିଗଲା ମାଛଧରା ଟ୍ରଲର: ମୃତ୍ୟୁ ସଂଖ୍ୟା ୩୦୦, କାଶ୍ମୀରର ୧୩୫ ଜଣ 

mahabharatanews