ଭାରତ

ଭୋଟର ବଣ୍ଡ ଉପରେ ଆଜି ଶୁଣାଣି

(ଦିଲ୍ଲୀ) : ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଆଜି ଶୁଣାଣି। ସର୍ବୋଚ୍ଚ ନ୍ୟାୟାଳୟରେ ଏହି ମାମଲାର ଶୁଣାଣି ହେବ। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ। ଏହା ବ୍ୟତୀତ ସୁପ୍ରିମକୋର୍ଟ ଆଜି ଏନଜିଓ ଏଡିଆର ଆବେଦନ ଉପରେ ମଧ୍ୟ ଶୁଣାଣି କରିବେ ଯେଉଁଥିରେ ଏସବିଆଇ ବିରୋଧରେ ଅବମାନନା ଆବେଦନ କରାଯାଇଛି।

ସୂଚନାନୁଯାୟୀ , ଏସବିଆଇ ଜାଣିଶୁଣି ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରିଛି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଏସବିଆଇ ମାର୍ଚ୍ଚ ୬ସୁଦ୍ଧା ନିର୍ବାଚନ ଆୟୋଗକୁ ନିର୍ବାଚନ ବଣ୍ଡ ବିଷୟରେ ସୂଚନା ଦେବା ଉଚିତ ଏବଂ ମାର୍ଚ୍ଚ ୧୩ସୁଦ୍ଧା ନିର୍ବାଚନ ଆୟୋଗ ସେହି ସୂଚନା ସାର୍ବଜନୀନ କରିବା ଉଚିତ। ୪ ବର୍ଷ ପରେ ଜେଏନୟୁରେ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ, ଘୋଷଣା ହେଲା ନିର୍ବାଚନ ତାରିଖ ଫେବୃଆରୀ ୧୫ରେ, ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ କେନ୍ଦ୍ରର ନିର୍ବାଚନୀ ବଣ୍ଡ ଯୋଜନା ଉପରେ ପ୍ରତିବନ୍ଧକ ଲଗାଇ ଏହାକୁ ଅସାମ୍ବିଧାନିକ ବୋଲି କହିଛି।

Related posts

କୃଷକ ସଂଗଠନର ‘ରେଳ ରୋକ’

mahabharatanews

ରାଷ୍ଟ୍ରପତି ଭବନରେ ପହଞ୍ଚି ପଦରୁ ଇସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

mahabharatanews

ନୂଆ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ନେଇ ଅଜଣା ତଥ୍ୟ

mahabharatanews