ଭାରତ

କୃଷକ ସଂଗଠନର ‘ରେଳ ରୋକ’

(ହରିୟାଣା) : ସମସ୍ତ ଫସଲ ପାଇଁ ଏମ୍‌ଏସ୍‌ପି ଆଇନ ପ୍ରଣୟନ କରିବା ଦାବିରେ ପଂଜାବରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ମିଳିତ ଚାଷୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଳ ରୋକ କରାଯାଇଥିଲା। ଏହି କ୍ରମରେ ସଂଗଠନ ପକ୍ଷରୁ ପଞ୍ଜାବ ଓ ହରିୟାଣାର ବିଭିନ୍ନ ସ୍ଥାନରେ ରେଳ ରୋକ ଆନ୍ଦୋଳନରେ ସାମିଲ ହୋଇ ଅନେକ ଚାଷୀ ଗିରଫ ହୋଇଛନ୍ତି।

ଗତକାଲି ଉଭୟ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟାହ୍ନରୁ ଅପରାହ୍‌ଣ ୪ଟା ଯାଏଁ ଚାରି ଘଣ୍ଟା ରେଳରୋକ କରିବାକୁ ଆହ୍ବାନ ଦିଆଯାଇଥିଲା। ସଂଗଠନ ପକ୍ଷରୁ ଅମୃତସର, ଲୁଧିଆନା, ତରନ ତରନ, ହୋସିଆରପୁର, ଫିରୋଜପୁର, ଫଜିଲିକା, ସଙ୍ଗରୁର, ମନସା, ମୋଗା, ଭଟିଣ୍ଡା, ପଟିଆଲା ରେଳ ‌ଷ୍ଟେସନ୍‌ରେ ଧାରଣା ଦିଆଯାଇଥିଲା। ଯଦିଓ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ରହିଥିଲା, ତଥାପି ରେଳ ସମୟ ପରିବର୍ତ୍ତନ ଓ ବାତିଲ ଯୋଗୁଁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଉତ୍ତେଜନା ଆଶଙ୍କାରେ ଅମ୍ବାଲାରେ ପୁଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା। ଚାଷୀ ନେତା ସରୱନ ସିଂହ ପାନ୍ଧେର ବିକ୍ଷୋଭ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଲୋକମାନେ ବିପୁଳ ସଂଖ୍ୟାରେ ବିକ୍ଷୋଭରେ ସାମିଲ ହୋଇଛନ୍ତି।

Related posts

ବାଂଲାଦେଶ ଉପକୂଳ ଅତିକ୍ରମ କରିବ ଘୂର୍ଣ୍ଣିଝଡ଼

mahabharatanews

ଦେଶରେ ଦିନକରେ ୮,୦୧୩ ଆକ୍ରାନ୍ତ ଚିହ୍ନଟ ଓ ୩୦୨ ଜଣ ମୃତ

mahabharatanews

ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 

mahabharatanews