ଭାରତ

 ଦେଶରେ CAA : ମିଠା ବାଣ୍ଟିଲେ ସୀମା ହେଦର

(ଦିଲ୍ଲୀ) : ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ଘୋଷଣା । ସୋମବାର ଅର୍ଥାତ୍ ମାର୍ଚ୍ଚ ୧୧ ତାରିଖରେ ନାଗରିକତା ସଂଶୋଧନ ଆଇନ ବିଜ୍ଞପ୍ତି ପ୍ରକାଶ ପାଇଛି । ସିଟିଜେନସିପ ଆମେଣ୍ତମେଣ୍ଟ ଆକ୍ଟ ନେଇ ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର । ତିନି ଦେଶର ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ବର୍ତ୍ତମାନ ଭାରତୀୟ ନାଗରିକତା ମିଳିବ ।

ସୂଚନାନୁଯାୟୀ , ସିଏଏରେ ମୁସଲିମ୍ ବହୁଳ ତିନି ପଡୋଶୀ ଦେଶରୁ ଶରଣାର୍ଥୀ ଭାବେ ଆସିଥିବା ଅନ୍ୟ ଧର୍ମର ନାଗରିକତା ଦେବାପ ନିୟମ ରହିଛି । ବର୍ତ୍ତମାନ ପାକିସ୍ତାନରୁ ଭାରତ ଆସିଥିବା ସୀମା ହେଦର ଦେଶରେ CAA କାର୍ଯ୍ୟକାରୀ ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସୀମା ହେଦର CAA ର କାର୍ଯ୍ୟକାରିତାକୁ ସେଲିବ୍ରେଟ କରିବା ସହ ମିଟା ବାଣ୍ଟିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୀମା ହେଦର ଲାଭ ପାଇବେ ନାହିଁ କାରଣ ସେ ଜଣେ ମୁସଲମାନ ଏବଂ ୨୦୧୪ ପରେ ଭାରତ ଆସିଛନ୍ତି । CAA ଆଇନ ଅନୁସାରେ ହିନ୍ଦୁ, ଜୈନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ ଏବଂ ପାରସୀ, ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନରୁ ୩୧ଡିସେମ୍ବର ୨୦୧୪ପୂର୍ବରୁ ଭାରତକୁ ଆସିଥିବା ବ୍ୟକ୍ତି କିମ୍ବା ପାଞ୍ଚ ବର୍ଷ ଏଠାରେ ରହିବା ସାରିଥିବା ବ୍ୟକ୍ତିଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାର ନିୟୟ ରହିଛି ।

Related posts

ସାରା ଦେଶର ପୁଲିସଙ୍କୁ ‘ୱାନ ନେସନ,ୱାନ ୟୁନିଫର୍ମର’ ପ୍ରସ୍ତାବ ଦେଲେ ମୋଦି

mahabharatanews

ଛୋଟ ପିଲାଙ୍କ ଆଖିରେ କରୋନା ପ୍ରଭାବ

mahabharatanews

ଜି-୨୦ ବୈଠକରୁ ବାଦ ପଡିଲେ ଚୀନ୍‌, ତୁର୍କୀ

mahabharatanews