ଭାରତ

ମଣିପୁର ହିଂସା : ଏସବୁ ବନ୍ଦ କର ନଚେତ୍‌ ପରିଣାମ ଭୟାନକ ହେବ

(ମଣିପୁର) : ଦିନକୁ ଦିନ ମଣିପୁରରେ ହିଂସା‌ ଥମିବାର ନାଁ ନେଉନି । ଗତକାଲି ବିଳମ୍ବିତ ରାତିରେ ଇମ୍ଫାଲ ପଶ୍ଚିମରେ ଚିଙ୍ଗମାଙ୍ଗ ଗ୍ରାମରେ ଜଣେ ସେନା ଯବାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। କିଛି ଅସ୍ତ୍ରଧାରୀ ଦୁର୍ବୃତ୍ତ ଆଖିବୁଜା ଗୁଳି ଚାଳନା କରିବା ଫଳରେ ଯବାନ ଜଣଙ୍କ ଆହତ ହୋଇଥିଲେ। ଉକ୍ତ ଆହତ ଯବାନ ଏବେ ସାମରିକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ତେବେ ଗୁଳିମାଡ଼ରେ ଯବାନ ଆହତ ହେବାପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଏଭଳି କାର୍ଯ୍ୟ ବନ୍ଦ ନହୁଏ ତେବେ ଭୟାବହ ପରିଣାମ ଭୋଗିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ ପରିସ୍ଥିତି। ସରକାର ୩୦୦୦-୪୦୦୦ ଅସ୍ଥାୟୀ ଘର ନିର୍ମାଣ କରିବେ ବୋଲି ମଣିପୁର ମୁଖ୍ୟମନ୍ତ୍ରୀ କହିଛନ୍ତି। ୨ ମାସ ମଧ୍ୟରେ ସରକାର ରିଲିଫ୍‌ ଶିବିରରେ ରହୁଥିବା ଲୋକମାନଙ୍କୁ ଅସ୍ଥାୟୀ ଘର ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Related posts

ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ସିବିଆଇ

mahabharatanews

ଆଜି ଅପରାହ୍ଣ ୨ଟା ୩୫ରେ ଲଞ୍ଚ ହେବ  ଚନ୍ଦ୍ରଯାନ-୩

mahabharatanews

୮ରେ ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 

mahabharatanews