ଭାରତ

ମଥୁରାରେ ପ୍ରବଳ ଗହଳି; ୨ ଶ୍ରଦ୍ଧାଳୁ ଗୁରୁତର   

(ମଥୁରା) : ମଥୁରାର ବରସାନାସ୍ଥିତ ଶ୍ରୀଜୀ ମନ୍ଦିରରେ ପ୍ରବଳ ଗହଳି । ଦଳାଚକଟା ଯୋଗୁଁ ଅଧ ଡଜନରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଲଡୁ ହୋଲି ପାଳନ ହେଉଥିବା ବେଳେ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଡାକ୍ତରୀ ଦଳ ଆହତଙ୍କୁ ପ୍ରାଥମିକ ଚିକିତ୍ସା କରିଛନ୍ତି।

ସୂଚନାନୁଯାୟୀ , ମଥୁରାରେ ବ୍ରଜରେ ଲଠମାର ହୋଲିର ପରମ୍ପରା ଅତ୍ୟନ୍ତ ପ୍ରାଚୀନ ଏବଂ ବରସାନା ଏହାର କେନ୍ଦ୍ର ବୋଲି ବିବେଚନା କରାଯାଏ । ଏଠାକାର ହୋଲି ବିଶ୍ୱ ପ୍ରସିଦ୍ଧ ହେବାର କାରଣ ହେଉଛି ଏହାର ପାରମ୍ପରିକ ରୂପ । ପରମ୍ପରା ଅନୁସାରେ ଲଡୁ ଓ ଅବିର ଫିଙ୍ଗି ଏହି ହୋଲି ପାଳନ କରାଯାଏ ।

Related posts

ମଣିପୁରରେ ସ୍ଥିତି ଜଟିଳ; ସଟ୍‌ଡାଉନ୍‌ ଘୋଷଣା 

mahabharatanews

ମିଜୋରାମରେ ରାହୁଲ ଗାନ୍ଧିଙ୍କ ପ୍ରଚାର ଆରମ୍ଭ  

mahabharatanews

ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପରେ ମିଳିବ ନିଯୁକ୍ତି; ଘୋଷଣା କଲେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା

mahabharatanews