ମନୋରଞ୍ଜନ

ଧମାଲ ମଚାଉଛି  ଫିଲ୍ମ ‘Yodha’

(ମୁମ୍ବାଇ) : ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘Yodha’ର ଜବରଦସ୍ତ ପ୍ରମୋସନ ପରେ ଦର୍ଶକ ଉତ୍ସାହର ସହ ଏହି ଫିଲ୍ମକୁ କରିଥିଲେ ଅପେକ୍ଷା । ଦୀର୍ଘ ସମୟ ପରେ ବଡ ପରଦାରେ ସିଦ୍ଧାର୍ଥଙ୍କ ଆକ୍ସନ ଅବତାର ପ୍ରସଂକଙ୍କ ମନ ଜିଣୁଛି । ଆଶା କରାଯାଉଥିଲା ଯେ ଏହି ଚଳଚ୍ଚିତ୍ରଟିକୁ ବହୁତ ପସନ୍ଦ କରାଯିବ ହେଲେ ଏହି ସିନେମାକୁ ଠିକ୍ ଠାକ୍ ପ୍ରତିକ୍ରିୟା ମିଳିଛି ।

ସୂଚନାନୁଯାୟୀ , ମାର୍ଚ୍ଚ ୧୫ରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଚଳଚ୍ଚିତ୍ର ‘ଯୋଦ୍ଧା’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଚଳଚ୍ଚିତ୍ରର ଆରମ୍ଭ କିଛି ବିଶେଷ ନଥିଲା । ‘ଯୋଦ୍ଧା’ ଫିଲ୍ମ ପ୍ରଥମ ଦିନରେ ୪.୨୫ କୋଟି ଟଙ୍କା ଆୟ କରିଥିଲା। ବର୍ତ୍ତମାନ ଦ୍ୱିତୀୟ ଦିନର ବକ୍ସ ଅଫିସ୍ ସଂଗ୍ରହ ପ୍ରକାଶ ପାଇଛି। ଓପନିଂ ଡେ’ ତୁଳନାରେ ଦ୍ୱିତୀୟ ଦିନରେ ସିନେମାର ବଢିଛି । ଯୋଦ୍ଧା ଦ୍ୱିତୀୟ ଦିନରେ ୫.୭୫କୋଟି ଟଙ୍କା ରୋଜଗାର କରିଛନ୍ତି। ବର୍ତ୍ତମାନ ଏହି ଫିଲ୍ମର ଆୟ ଏବଂ ସୋସିଆଲ ମିଡିଆ ରେସପନ୍ସ ଦେଖିଲେ ଏହା କୁହାଯାଇପାରେ ଯେ ପ୍ରଶଂସକମାନେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଏହି ଆକ୍ସନ୍ ଭରା ସିନେମାକୁ ଦେଖିବା ପାଇଁ ଅଧିକ ପସନ୍ଦ କରୁ ନାହାଁନ୍ତି ।

Related posts

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ହିନା ଖାନ

mahabharatanews

ଭାରତର ସବୁଠୁ ମହଙ୍ଗା ଆକ୍ସନ ଫିଲ୍ମ ‘କିଙ୍ଗ’, ବଜେଟ ୩୫୦ କୋଟି

mahabharatanews

ଏହି ସର୍ତ୍ତରେ ମିଳିଲା ଉର୍ବଶୀଙ୍କୁ ୨୪କ୍ୟାରେଟ୍ ସୁନା ଆଇଫୋନ୍

mahabharatanews