(ମୁମ୍ବାଇ) : ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣନ୍ତି । ଭାଇରାଲ ହେବା ପରେ ବଲିଉଡରୁ ଗୀତ ଗାଇବା ପାଇଁ ତାଙ୍କ ପାଖକୁ ଅଫର ଆସିଥିଲା। ନିକଟରେ ତାଙ୍କର ଏକ ଲୁକ ନରି କିଛି ଲୋକ ସମାଲୋଚନା କରୁଥବା ବେଳେ କିଛି ପ୍ରଶଂସା କରିଛନ୍ତି । କିଛିଦିନ ତଳେ ରାନୁଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଥିଲା।
ସୂଚନାନୁଯାୟୀ , ରାନୁ ମଣ୍ଡଳଙ୍କ ଏହି ଭିଡିଓ ରାବି ପାଲ ନାମକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଏଥିରେ ରାନୁ ଏକ ଲାଲରଙ୍ଗର ଶାଢ଼ି ପିନ୍ଧି ବଙ୍ଗୀୟ ବଧୂ ଭଳି ମୁଣ୍ଡରେ ମୁକୁଟ ଓ ଚନ୍ଦନ ଟୋପା ଲଗାଇ ହାତରେ ଚୁଡ଼ି ପିନ୍ଧି ସଜେଇ ହୋଇଛନ୍ତି। ଏଭଳି ବେଶରେ ରାନୁ ଗୀତ ବି ଗାଉଛନ୍ତି। ରାନୁଙ୍କୁ ଆଗ ଭଳି ଭଲ ପାଇବା ଦେଲେ ନାହିଁ। ଯାହାକୁ ଲୋକେ ଏତେଟା ପସନ୍ଦ କରି ନଥିଲେ।