ଭାରତ

ନାଲି ରଂଗର ପୋଷାକ ପିନ୍ଧିବେ ଡେଲିଭରି ଏଜେଣ୍ଟ୍‌

(ଦିଲ୍ଲୀ) : ଜୋମାଟୋ ଡେଲିଭରି ଏଜେଣ୍ଟ୍‌ଙ୍କ ଡ୍ରେସ୍‌କୋଡକୁ ନେଇ ସ୍ପଟୋକ୍ତି ଦେଇଛନ୍ତି ସିଇଓ ଦୀପିନ୍ଦର ଗୋୟଲ। ସେ ବୁଧବାର ଦିନ କହିଛନ୍ତି କି ଏହି ଫୁଡ୍‌ ଡେଲିଭରିଂ ସଂସ୍ଥାର ଡେଲିଭରି ଏଜେଣ୍ଟ୍‌ମାନେ ଉଭୟ ରେଗୁଲାର୍‌ ଓ ନିରାମିଷ ଖାଦ୍ୟ ଡେଲିଭରି ବେଳେ ନାଲି ରଂଗର ପୋଷାକ ପିନ୍ଧିବେ।

କଥାଟି ହେଉଛି , ପୂର୍ବରୁ ସେ ନିରାମିଷ ଖାଦ୍ୟ ଡେଲିଭରି ପାଇଁ ଯାଉଥିବା ଡେଲିଭରି ଏଜେଣ୍ଟ୍‌ମାନେ ନିଳ ରଂଗର ପୋଷାକ ପିନ୍ଧିବେ ବୋଲି ଏକ ଏକ୍ସ ପୋଷ୍ଟ୍‌କରି ସୋସିଆଲ୍‌ ମିଡିଆରେ ବହୁ ସମାଲୋଚନାର ଶିକାର ହୋଇଥିଲେ । ଡ୍ରେସକୋଡରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। କେବଳ ଅର୍ଡର ସମରିରେ ନିରାମିଷ ଅର୍ଡର ହୋଇଛି ବୋଲି ଉଲ୍ଲେଖ କରାଯିବ। ‘ପିଓର୍‌ ଭେଜ୍‌ ଫ୍ଲିଟ୍‌’ ପ୍ରସଂଗକୁ ନେଇ ବିବାଦ ଉପୁଜିବା ପରେ ସିଇଓ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି।

Related posts

ଦେଶରେ ୧୨୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ମହିଳା ଏସ୍‌ଆଇ ହୋଇପାରନ୍ତି ଗିରଫ!

mahabharatanews

୨୪ ଘଣ୍ଟାରେ ଦେଶରୁ ୨,୯୬୧ ସଂକ୍ରମିତ ଚିହ୍ନଟ

mahabharatanews