ଭାରତ

ଜେ.ପି ନଡ୍ଡାଙ୍କ କାର୍ ଚୋରି

(ଦିଲ୍ଲୀ) : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ହୋଇଗଲା କାର୍ ଚୋରି । ଏନେଇ ଦିଲ୍ଲୀର ଏକ ଥାନା ମାମଲା ରୁଜୁ ହୋଇଛି । ପୋଲିସ ଏହି ମାମଲା ଯାଞ୍ଚ ଆରମ୍ଭ କରିଛି । ହେଲେ ଏହାରି ମଧ୍ୟରେ ୬ ଦିନ ବିତିଯାଇଥିଲେ ମଧ୍ୟ କାର୍ ଏବଂ ଚୋରଙ୍କର କୌଣସି ଖବର ମିଳିପାରୁ ନାହିଁ ।

ସୂଚନାନୁଯାୟୀ , ସର୍ଭିସିଂ ପାଇଁ ଯାଇଥିବା ସମୟରେ ଗାଡି଼ଟି ଚୋରି ହୋଇଯାଇଥିବା ନେଇ ସୂଚନା ରହିଛି । ସୂଚନା ଅନୁସାରେ, ଜେ.ପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ ଗାଡି଼ ୬ ଦିନ ଚୋରି ହୋଇଯାଇଛି । ଏନେଇ ତାଙ୍କ ଡ୍ରାଇଭର ଯୋଗିନ୍ଧର ସିଂ ମାର୍ଚ୍ଚ ୧୯ ତାରିଖରେ ଏକ ଲିଖିତ ମାମଲା ରୁଜୁ କରିଥିଲେ । ଯାହା ପରେ ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି । ଗତ ୧୯ ତାରିଖରେ ମଲ୍ଲିକା ନଡ୍ଡାଙ୍କ ଫର୍ଟ୍ୟୁନର କାର୍ ସର୍ଭିସିଂ ପାଇଁ ଯାଇଥିବା ବେଳେ ଚୋରି ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା ।

Related posts

ପ୍ରଥମ କରି ଚନ୍ଦ୍ରଯାତ୍ରାରେ ‘ଆର୍ମେଟିସ’ କୁ ପ୍ରେରଣା କଲା ନାସା

mahabharatanews

” ଦେଶରେ ନିର୍ବାଚନ ମୁକ୍ତ ଏବଂ ନିରପେକ୍ଷ ହେବା ଉଚିତ,କହିବା ଆବଶ୍ୟକ ନାହିଁ” : ବ୍ୟାପାର ମନ୍ତ୍ରୀ

mahabharatanews

ସୁଧୁରୁନି ଦୁର୍ଦାନ୍ତ ଲରେନ୍ସ ବିଷ୍ଣୋଇ

mahabharatanews