(ଗୋଆ) : ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ପଲ୍ଲବୀ ଡେମ୍ପୋ ଗୋଆ ନିର୍ବାଚନୀ ଇତିହାସରେ ବିଜେପିର ପ୍ରଥମ ମହିଳା ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢ଼ିବେ । ଗତକାଲି ଆଗାମୀ ସାଧାରଣ ନିର୍ବାଚନ ପାଇଁ ପଞ୍ଚମ ତାଲିକାରେ ୧୧୧ ପ୍ରାର୍ଥୀଙ୍କ ନଁ ଘୋଷଣା କରିଛି ବିଜେପି ।
ସୂଚନାନୁଯାୟୀ , ଗୋଆ ନିର୍ବାଚନ ଇତିହାସରେ ସେ ହେଉଛନ୍ତି ପ୍ରଥମ ମହିଳା ପ୍ରାର୍ଥୀ ଯିଏ ପାର୍ଟି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ଗୋଆ ଉଦ୍ୟୋଗୀ ତଥା ଶିକ୍ଷାବିତ୍ ପଲ୍ଲବି ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ପୁଣେର ଏମଆଇଟି ରୁ ବ୍ୟବସାୟ ପରିଚାଳନା (ଏମବିଏ) ରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ବୟଫ୍ରେଣ୍ତ ମାଥିଆସ୍ ବୋ’ଙ୍କୁ ବିବାହ କଲେ ତାପସୀ ପନ୍ନୁ ! ସେ ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଡେମ୍ପୋ ଇଣ୍ଡଷ୍ଟ୍ରିଜର ମିଡିଆ ଏବଂ ରିଏଲ ଇଷ୍ଟେଟ ଶାଖାର ତଦାରଖ କରନ୍ତି ।