ଓଡିଶା

ଏପ୍ରିଲ ପହିଲାରେ କାଳବୈଶାଖୀ ସମ୍ଭାବନା   

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଉଛି ତାତି । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଉପର ମୁହାଁ ହେଉଛି ପାରଦ । ଫଲରେ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି । ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହରେ କୌଣସି ପରିବର୍ତ୍ତନ ନ ହେବାର ସମ୍ଭାବନା ଥିବା ବେଳେ ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ପାଇପାରେ । ସେହିପରି ରାତିର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ । ଏ ନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ସୂଚନାନୁଯାୟୀ ,  ଏହାସହିତ ଚଳିତ ମାସ ୩୦ରୁ ଏପ୍ରିଲ ପହିଲା ଯାଏଁ କାଳବୈଶାଖୀ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ବିଜୁଳି ଘଡ଼ଘଡ଼ି ଓ ବର୍ଷା ସହିତ ୩୦-୪୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ବୁଧବାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି । ୨୮ ଓ ୨୯ତାରିଖ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Related posts

ଛତ୍ରପୁର ଥାନାକୁ ଅଚାନକ ପରିଦର୍ଶନ କଲେ ଏସପି

mahabharatanews

୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

mahabharatanews

କୋଣାର୍କ ମନ୍ଦିରରୁ ବାଲି କାଢ଼ିବାକୁ ନିଷ୍ପତି

mahabharatanews