ଭାରତ

କେଜ୍ରିୱାଲଙ୍କୁ ନାହିଁ ଆରାମ 

(ଦିଲ୍ଲୀ) : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆରାମ ମିଳିନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩ ରେ ହେବ। କେଜ୍ରିୱାଲ ଯୁକ୍ତି କରିଛନ୍ତି ଯେ ନିର୍ବାଚନ ସମୟରେ ତାଙ୍କୁ ଗିରଫ କରିବା ସମ୍ବିଧାନର ମୌଳିକ ଗଠନ ବିରୁଦ୍ଧ ଅଟେ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ। ସେ ଇଡିର ଗିରଫଦାରୀ ଓ ରିମାଣ୍ଡକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇ ନାହାନ୍ତି।

ସୂଚନାନୁଯାୟୀ , ଦୁର୍ନୀତି ଘଟଣାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ମାମଲାରେ କେଜ୍ରିୱାଲଙ୍କୁ ଇଡି ମାର୍ଚ୍ଚ ୨୧ରେ ଗିରଫ କରି ୨୮ ଯାଏ ରିମାଣ୍ଡରେ ନେଇଛି। ଏହାକୁ କେଜ୍ରିୱାଲଙ୍କ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। କେଜ୍ରିୱାଲଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ତାଙ୍କର ତୁରନ୍ତ ଖଲାସ ଦାବି ଓ ଆବେଦନର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ।

Related posts

ଜୁଲାଇ ସୁଦ୍ଧା ମହାକାଶରେ ଉଡିବ ଚନ୍ଦ୍ରାୟନ-୩

mahabharatanews

ମଧ୍ୟପ୍ରଦେଶ ଜବଲପୁର ହସ୍ପିଟାଲରେ ଅଗ୍ନିକାଣ୍ଡ

mahabharatanews

ଏଣିକି ଅଯୋଧ୍ୟାକୁ ସିଧାସଳଖ ବିମାନ ସେବା  

mahabharatanews