ଭାରତ

ଚମ୍ପଟ ମାରିଲା ଜଣେ କଏଦୀ

(ସୁନ୍ଦରଗଡ଼) : ଚମ୍ପଟ ମାରିଲା ଜଣେ କଏଦୀ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହୋଇଥିବା ବେଳେ ଏହି ସମୟରେ ଚମ୍ପଟ ମାରିଛନ୍ତି ଜଣେ କଏଦୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲାରେ । ହତ୍ୟା ମାମଲାରେ ବିଚାରଧୀନ କଏଦୀ ଅର୍ଜୁନ ମୁଣ୍ଡା ବିଳମ୍ବିତ ରାତରେ ଚିକିତ୍ସାଳୟରୁ ଫେରାର ହୋଇଯାଇଛି ।

ସୂଚନାନୁଯାୟୀ , ଭସ୍ମା ଥାନା ଅଞ୍ଚଳର ଏକ ହତ୍ୟା ଘଟଣାରେ ସଜା କାଟୁଥିଲେ କଏଦୀ ଅର୍ଜୁନ । ଅପରେସନ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଜେଲ କର୍ମଚାରୀଙ୍କୁ ଚକମା ଦେଇ କଏଦୀ ଫେରାର ହୋଇଯାଇଛନ୍ତି ।  ଏନେଇ ସୁନ୍ଦରଗଡ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଜେଲ କର୍ତ୍ତୃପକ୍ଷ । ଜେଲ୍ କର୍ମଚାରୀଙ୍କ ଅବହେଳା ଯୋଗୁଁ କଏଦୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

Related posts

ଇସ୍ରୋର ସବୁଠୁ ଓଜନିଆ ରକେଟରେ ସଫଳ ଉତକ୍ଷେପଣ

mahabharatanews

ତମାଖୁ ବର୍ଜନ ବିଜ୍ଞପ୍ତି ବାଧ୍ୟତାମୂଳକ 

mahabharatanews

ପୁରୁଷ ହକି ବିଶ୍ବକପ ୨୦୨୩ର ଉଦଘାଟନ ସମାରୋହରେ ସାମିଲ ହେବେ ୩ କଂଗ୍ରେସ ମୁଖ୍ୟମନ୍ତ୍ରୀ

mahabharatanews