(ମୁମ୍ବାଇ) : ପୁଣି କିଛି ଦିନର ବ୍ୟବଧାନ ପରେ ଚର୍ଚାରେ ସାରା ଅଲ୍ଳୀ ଖାନ୍ । ସାରାଙ୍କର ଏକ ଭଲ ପକ୍ଷ ଦେଖିବାକୁ ମିଳିଛି। ସେ କିଛି ଗରିବ ପିଲାଙ୍କୁ ଖାଦ୍ୟ ବାଣ୍ଟୁଥିବାର ଏକ ଭିଡିଓରେ ଦେଖିବାକୁ ମିଳିଛନ୍ତି। ହେଲେ ସେହି ସମୟରେ ଯେତେବବେଳେ ଗଣମାଧ୍ୟମ ପ୍ରତିନିଧି ତାଙ୍କର ଫଟୋ ଉଠାଇବାକୁ ଲାଗିଲେ ତ ଚିଡ଼ିଗଲେ ସାରା। ସେ ରାଗି ଯାଇ ସେମାନଙ୍କୁ କହିଲେ, ‘‘ବନ୍ଦ କର’’।
ସୂଚନାନୁଯାୟୀ , ସେ ଖୁସିରେ ଲୋକଙ୍କୁ ଖାଦ୍ୟ ବାଣ୍ଟୁଥିଲେ। ହେଲେ ସେହି ସମୟରେ ହଠାର୍ ଗଣମାଧ୍ୟ ପ୍ରତିନିଧି ତାଙ୍କୁ ଘେରି ଯାଇଥିଲେ। ଯାହାଫଳରେ ରାଗିଯାଇଥିଲେ ସେ। ସାରାଙ୍କୁ ଅନ୍ୟର ସାହାଯ୍ୟ କରିବା ବେଳେ କ୍ୟାମେରାରେ ଆସିବା ପସନ୍ଦ ନୁହେଁ ବୋଲି ଏଥିରୁ ସ୍ପଷ୍ଟ ହୋଇଛି।