ଓଡିଶା

ଆଜିଠୁ ସକାଳୁଆ ସ୍କୁଲ

(ଭୁବନେଶ୍ୱର) : ଆଜି ଠାରୁ ଆରମ୍ବ ହେଲା ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହା ପରେ ବିଦ୍ୟାଳୟ ଗୁଡ଼ିକରେ ସକାଳ ୭ଟା ରୁ ପୂର୍ବାହ୍ନ ୧୧ ପର୍ଯ୍ୟନ୍ତ ପାଠପଢା ହେବ । ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ଖରା ପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ସମୟ ପରିବର୍ତ୍ତନ କରାଯାଇଛି ।

ସୂଚନାନୁଯାୟୀ , ସମସ୍ତ ସରକାରୀ ସ୍କୁଲ, ଅନୁଦାନପ୍ରାପ୍ତ ସ୍କୁଲ ଏବଂ ଘରୋଇ ସ୍କୁଲ ପାଇଁ ଏହି ନିୟମ ଜାରି ହୋଇଛି । ଏହି ସମୟରେ ସ୍କୁଲରେ ପାନୀୟ ଜଳ, ଓଆରଏସ୍ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପାଗର ସ୍ଥିତି ନେଇ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଛି । ଅଙ୍ଗନବାଡ଼ି ମଧ୍ୟ ସକାଳୁଆ କରାଯାଇଛି । ଗ୍ରୀଷ୍ମପ୍ରବାହ ପାଇଁ ଅଙ୍ଗନବାଡି କେନ୍ଦ୍ର ସକାଳୁଆ ଚାଲିବା ନିଷ୍ପତ୍ତି ନେଇଛି ମହିଳା ଶିଶୁ ବିକାଶ ବିଭାଗ । ଏହାବ୍ୟତୀତ ରାଜ୍ୟ ସରକାର ଜିଲ୍ଲାଗୁଡ଼ିକ ପାଇଁ ଆଡଭାଇଜରୀ ଜାରି କରିବା ସହ ଗରମ ଓ ଆର୍ଦ୍ରତା ହ୍ରାସ ପାଇଁ ବିଭିନ୍ନ ବିଭାଗକୁ ବିଭିନ୍ନ କ୍ଷେତ୍ର ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ।

Related posts

୫୦୦୦ ଲେମ୍ବୁରେ ମା’ଙ୍କୁ ସ୍ୱାଗତ,ବାଲୁକାକଳାରେ ବିଶ୍ୱକପ ପାଇଁ ପ୍ରାର୍ଥନା 

mahabharatanews

ପୌର ଫାଇଟ: ରାଜଧାନୀରେ ସୁଲୋଚନା ଆଗୁଆ, କଟକରେ ସୁବାସ ଆଗୁଆ, ଜାଣନ୍ତୁ କିଏ ପାଇଲା କେତେ ଭୋଟ୍

mahabharatanews

୧୭ ପରେ ସରକାରର ପଦକ୍ଷେପକୁ ନେଇ ସୋନିଆଙ୍କ ପ୍ରଶ୍ନ

mahabharatanews