ଓଡିଶା

ଆସୁଛି ଧର୍ମ ମାସ, ବାବା ଧବଳେଶ୍ଵରଙ୍କୁ ମଧ୍ୟରାତ୍ରୀରେ ଲାଗିହେବ ଗଜଭୋଗ 

(କଟକ) : ଆସୁଛି କାର୍ତ୍ତିକ ମାସ  ।  ଯେଉଁଠି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଞ୍ଚୁକ ବ୍ରତ ଓ ବଡ଼ ଓଷା ପାଇଁ ଆଠଗଡ଼ ଧବଳେଶ୍ୱର ପୀଠରେ ପ୍ରବଳ ଭିଡ଼ ଲାଗିଥାଏ ଏଥିନିମନ୍ତେ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ଖାସ୍ କରି କାର୍ତ୍ତିକ ମାସର ବଡ଼ଓଶାରେ ଏଠାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଉଁ ନୀତି ପାଳିତ ହେବ ।

ସୂଚନାନୁଯାୟୀ ,  ନଭେମ୍ବର ୨୫ରେ ଧବଳେଶ୍ୱରଙ୍କ ପୀଠରେ ପାଳନ ହେବ ବଡ଼ଓଷା । ୨୫ ମଧ୍ୟରାତ୍ରୀରେ ଲାଗିହେବ ଗଜଭୋଗ । ୨୬ ଭୋରରେ ବିତରଣ । ନଭେମ୍ବର ୨୭ ସକାଳେ ଡଙ୍ଗାଭସା ସହ ସଂପନ୍ନ ହେବ କାର୍ତ୍ତିକ ବ୍ରତ । ଚଳିତବର୍ଷ ଅକ୍ଟୋବର ୨୯ରୁ ନଭେମ୍ୱର ୨୭ ଯାଏଁ କାର୍ତ୍ତିକ ବ୍ରତ ପାଳନ ହେବ । ତେବେ ନଭେମ୍ୱର ୨୩ ତାରିଖରୁ ୨୭ ତାରିଖ ଯାଏଁ ପାଞ୍ଚଦିନ ବ୍ୟାପି ପଞ୍ଚୁକ ବ୍ରତ ପାଳନ କରାଯିବ । ନଭେମ୍ୱର ୨୫ ତାରିଖରେ ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେବ ବଡ଼ଓଷା । ଏହାସହ ନଭେମ୍ୱର ୨୭ ତାରିଖ ଦିନ ରାସ ପୂର୍ଣ୍ଣିମା ତିଥିରେ କାର୍ତ୍ତିକ ବ୍ରତ ସଂପୂର୍ଣ୍ଣ ହେବ ।

Related posts

 ରାଜ୍ୟରେ ଘନ କୁହୁଡ଼ି,ଗାଡ଼ି ଚଳାଚଳ ବାଧାପ୍ରାପ୍ତ 

mahabharatanews

ଦାରିଦ୍ର୍ୟର ତାଡନାରେ ଅସହାୟ,ସରକାରୀ ସହାୟତାକୁ ଅପେକ୍ଷା

mahabharatanews

ଏଣିକି ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ହେଉଥିବା ଖର୍ଚ୍ଚ ଆୟୁଷ୍ମାନରେ ମିଶିବ ।

mahabharatanews