ମନୋରଞ୍ଜନ

 ଓଟିଟିରେ ଫିଲ୍ମ ‘ସୈତାନ’

(ମୁମ୍ବାଇ) : ଆର ମାଧବନ୍ ଏବଂ ଅଜୟ ଦେବଗନଙ୍କ ଫିଲ୍ମ ‘ସୈତାନ’ ମାର୍ଚ୍ଚ ୮ରେ ପରଦାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଧମାଲ କରିଛି । ଏହି ଚଳଚ୍ଚିତ୍ର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ୧୩୮.୭୭ କୋଟି ଟଙ୍କା ରୋଜଗାର କରିଛି ।  ତେବେ ଏହାରି  ଓଟିଟି ରିଲିଜ୍ ତାରିଖ ପ୍ରକାଶ ପାଇଛି। ଯଦି ଆମେ ସୈତାନ ବିଷୟରେ କଥା ହେବା, ତେବେ ଏହା ମେ ମାସରେ ରିଲିଜ ହେବ ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ , ମେ ୩ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ନିକଟରେ ଖବର ଆସିଥିଲା ​​ଯେ ଏହି ଚଳଚ୍ଚିତ୍ରର ଡିଜିଟାଲ ରାଇଟ୍ସ ନେଟଫ୍ଲିକ୍ସ ପାଖରେ ଅଛି, କିନ୍ତୁ ଏହାର ଅଧିକାରିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ। ଏଭଳି ପରିସ୍ଥିତିରେ ଫିଲ୍ମ ନିର୍ମାତା ଏହାକୁ କେଉଁଥିରେ ଘୋଷଣା କରିବେ ତାହା ଦେଖିବାକୁ ବାକି ରହିଲା।

Related posts

ଘରକୁ ଫେରିଲେ ଶ୍ରେୟସ 

mahabharatanews

ଆସନ୍ତାକାଲି ରିଲିଜ୍‌ ହେବ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ‘ସାଲାର’ 

mahabharatanews

ସୁସ୍ଥ ହେଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ମା 

mahabharatanews