ଭାରତ

ଯବାନଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ

(ଛତିଶଗଡ଼) : ଛତିଶଗଡ଼ ପୁଲିସକୁ ବଡ଼ ସଫଳତା। ଯବାନଙ୍କ ଗୁଳିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରୁ ଏସଏମଜି, ୟୁବିଜିଏଲ ପରି ଅତ୍ୟାଧୁନିକ ମାରଣାସ୍ତ୍ର ଜବତ ହୋଇଛି।

ସୂଚନାନୁଯାୟୀ , ସୁକୁମା-ବିଜାପୁର ସୀମାବର୍ତ୍ତୀ ଗାଂଗାଲୁର ଜଂଗଲରେ ଏହି ଗୁଳି ବିନିମୟ ହୋଇଛି।  ଏହି ଗୁଳିବିନିମୟରେ ୪ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ବିପୁଳ ପରିମାଣର ମାଓ ସାମଗ୍ରୀ ସହ ବନ୍ଧୁକ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଗାଙ୍ଗଲୁର ଥାନା ଅଂଚଳର ଧାମି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଡ଼ିଆରଜି, ସିଆରପିଏଫ, କୋବ୍ରା, ବସ୍ତର ଫାଇଟର୍ସ, ବସ୍ତାରିୟା ବାଟାଲିୟନର ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ନକ୍ସଲ ସହ ଗୁଳିବିନିମୟ ହୋଇଥିଲା।

Related posts

ଥମୁନି ଇଣ୍ଡିଗୋ ସଙ୍କଟ, ଡିଜିସିଏ ନେଲା ବଡ କାର୍ଯ୍ୟାନୁଷ୍ଠାନ

mahabharatanews

ବଢିବାରେ ଲାଗିଛି କରୋନା ସଂକ୍ରମଣ , ଦୈନିକ ସଂକ୍ରମଣ ୬ ହଜାର ପାର କରିଛି

mahabharatanews

” ଅନେକ ଇଭିଏମ୍ ଗାଏବ୍ ହୋଇଛି” : ମମତା ବାନାର୍ଜୀ

mahabharatanews