ଭାରତ

କେମିକାଲ୍ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୫ମୃତ ଏବଂ ୧୦ଆହତ

(ତେଲେଙ୍ଗାନା) : କେମିକାଲ୍ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ । ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ବିସ୍ଫୋରଣ ସମୟରେ ଫ୍ୟାକ୍ଟ୍ରିରେ ଭିତରେ ୫୦ରୁ ଅଧିକ ଲୋକ ଥିବା ନେଇ ଦାବି କରାଯାଉଛି । ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆହୁରି ଲୋକ ଫ୍ୟାକ୍ଟ୍ରିରେ ଫସି ରହିଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ତେଲେଙ୍ଗାନା ସଙ୍ଗାରେଡ୍ଡୀ ଜିଲ୍ଲାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ପ୍ରଥମେ ନିଆଁ ଲାଗିବା ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।  ଆଗକୁ ମୃତାହତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି । ତେବେ ମୃତକଙ୍କ ମଧ୍ୟରେ ଫ୍ୟାକ୍ଟ୍ରୀର ଜଣେ ମ୍ୟାନେଜର ଥିବା ନେଇ ସ୍ଥାନୀୟ ଲୋକ ଦାବି କରିଛନ୍ତି ହେଲେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ ବିସ୍ଫୋରଣ ଘଟିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Related posts

ଶପଥ ଗ୍ରହଣ ଉତ୍ସବରୁ ପଳାଇଲେ ହର୍ଷବର୍ଦ୍ଧନ

mahabharatanews

ତଦନ୍ତରେ ଉକ୍ରର୍ଷତା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦକ ଘୋଷଣା

mahabharatanews

ଅଯୋଧ୍ୟାରେ ଭୋରୁ ଅସମ୍ଭଵ ଭିଡ଼ 

mahabharatanews