ଭାରତ

କେମିକାଲ୍ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୫ମୃତ ଏବଂ ୧୦ଆହତ

(ତେଲେଙ୍ଗାନା) : କେମିକାଲ୍ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ । ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ବିସ୍ଫୋରଣ ସମୟରେ ଫ୍ୟାକ୍ଟ୍ରିରେ ଭିତରେ ୫୦ରୁ ଅଧିକ ଲୋକ ଥିବା ନେଇ ଦାବି କରାଯାଉଛି । ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆହୁରି ଲୋକ ଫ୍ୟାକ୍ଟ୍ରିରେ ଫସି ରହିଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ତେଲେଙ୍ଗାନା ସଙ୍ଗାରେଡ୍ଡୀ ଜିଲ୍ଲାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ପ୍ରଥମେ ନିଆଁ ଲାଗିବା ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।  ଆଗକୁ ମୃତାହତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି । ତେବେ ମୃତକଙ୍କ ମଧ୍ୟରେ ଫ୍ୟାକ୍ଟ୍ରୀର ଜଣେ ମ୍ୟାନେଜର ଥିବା ନେଇ ସ୍ଥାନୀୟ ଲୋକ ଦାବି କରିଛନ୍ତି ହେଲେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତେବେ ବିସ୍ଫୋରଣ ଘଟିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Related posts

ଦିଲ୍ଲୀ ବିଧାନସଭାରେ ସୁରକ୍ଷାରେ ବଡ଼ ତ୍ରୁଟି; ଗେଟ୍ ଭାଙ୍ଗି ଭିତରକୁ ପଶିଲା ଅଜଣା କାର

mahabharatanews

ଭାରତ ଗସ୍ତରେ ଆସୁଛନ୍ତି ଟେସଲା ମୁଖ୍ୟ

mahabharatanews

ରାଜନୀତିରୁ ଅବସର ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

mahabharatanews