ଭାରତ

ବିଜେପିରେ ସାମିଲ ହେଲେ ଗୌରବ ଭଲ୍ଲବ

(ଦିଲ୍ଲୀ)  : ବିଜେପିରେ ମିଶିଲେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୌରବ ଭଲ୍ଲବ । ପାର୍ଟି ନେତା ବିନୋଦ ତାୱଡେ ତାଙ୍କୁ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି । ଏହାପୂର୍ବରୁ କଂଗ୍ରେସ ଛାଡିବାକୁ ନିଷ୍ପତ୍ତ ନେଇ ଗୌରବ ଭଲ୍ଲବ କଂଗ୍ରେସ ଅଧ୍ୟକ୍ଷଙ୍କୁ ମୋର ଇସ୍ତଫା ପତ୍ର ଲେଖୁଛି ଏବଂ ଏଥିରେ ମୋର ହୃଦୟର ସମସ୍ତ ଭାବନା ପ୍ରକାଶ କରିଛି।

ସୂଚନାନୁଯାୟୀ , ଆଜି କଂଗ୍ରେସ ନେତା ଗୌରବ ବଲ୍ଲଭ ସମସ୍ତ ପଦବୀରୁ ଇସ୍ତଫା ଘୋଷଣା କରିଥିଲେ । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ଇସ୍ତଫା ପତ୍ର ମଧ୍ୟ ସେୟାର କରୁଥିଲେ । ଗୌରବ ଭଲ୍ଲଭ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ କଂଗ୍ରେସ ଯେଉଁ ପରିଭାବରେ ଆଗକୁ ବଢ଼ୁଛି ମୁଁ ସେଥିରେ ଖୁସି ଅନୁଭବ କରୁନାହିଁ। ଗୌରବ ବଲ୍ଲଭ ଆହୁରି ଲେଖିଛନ୍ତି – ମୁଁ ସନାତନ ବିରୋଧୀ ସ୍ଲୋଗାନ ଉଠାଇ ପାରିବି ନାହିଁ କିମ୍ବା ଦେଶର ଦେଶର ଭଲ ଚିନ୍ତା କରୁଥିବା ଲୋକଙ୍କୁ ସକାଳ ଓ ସନ୍ଧ୍ୟାରେ ଦୁର୍ବ୍ୟବହାର କରିପାରିବି ନାହିଁ। ତେଣୁ ମୁଁ କଂଗ୍ରେସ ଦଳର ସମସ୍ତ ପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।

Related posts

ପରଲୋକରେ ରାଜ୍ୟସଭା ସାଂସଦ ହରଦ୍ବାର ଦୁବେ

mahabharatanews

ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦

mahabharatanews

 ସିକ୍କିମରେ ପ୍ରଳୟଙ୍କରୀ ବନ୍ୟା, ୧୦୩ ନିଖୋଜ

mahabharatanews