ଭାରତ

ବିଜେପିରେ ସାମିଲ ହେଲେ ଗୌରବ ଭଲ୍ଲବ

(ଦିଲ୍ଲୀ)  : ବିଜେପିରେ ମିଶିଲେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୌରବ ଭଲ୍ଲବ । ପାର୍ଟି ନେତା ବିନୋଦ ତାୱଡେ ତାଙ୍କୁ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି । ଏହାପୂର୍ବରୁ କଂଗ୍ରେସ ଛାଡିବାକୁ ନିଷ୍ପତ୍ତ ନେଇ ଗୌରବ ଭଲ୍ଲବ କଂଗ୍ରେସ ଅଧ୍ୟକ୍ଷଙ୍କୁ ମୋର ଇସ୍ତଫା ପତ୍ର ଲେଖୁଛି ଏବଂ ଏଥିରେ ମୋର ହୃଦୟର ସମସ୍ତ ଭାବନା ପ୍ରକାଶ କରିଛି।

ସୂଚନାନୁଯାୟୀ , ଆଜି କଂଗ୍ରେସ ନେତା ଗୌରବ ବଲ୍ଲଭ ସମସ୍ତ ପଦବୀରୁ ଇସ୍ତଫା ଘୋଷଣା କରିଥିଲେ । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ଇସ୍ତଫା ପତ୍ର ମଧ୍ୟ ସେୟାର କରୁଥିଲେ । ଗୌରବ ଭଲ୍ଲଭ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ କଂଗ୍ରେସ ଯେଉଁ ପରିଭାବରେ ଆଗକୁ ବଢ଼ୁଛି ମୁଁ ସେଥିରେ ଖୁସି ଅନୁଭବ କରୁନାହିଁ। ଗୌରବ ବଲ୍ଲଭ ଆହୁରି ଲେଖିଛନ୍ତି – ମୁଁ ସନାତନ ବିରୋଧୀ ସ୍ଲୋଗାନ ଉଠାଇ ପାରିବି ନାହିଁ କିମ୍ବା ଦେଶର ଦେଶର ଭଲ ଚିନ୍ତା କରୁଥିବା ଲୋକଙ୍କୁ ସକାଳ ଓ ସନ୍ଧ୍ୟାରେ ଦୁର୍ବ୍ୟବହାର କରିପାରିବି ନାହିଁ। ତେଣୁ ମୁଁ କଂଗ୍ରେସ ଦଳର ସମସ୍ତ ପଦବୀ ଏବଂ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି।

Related posts

ଭାରତକୁ ନେଇ ଆମେରିକାର ମନ୍ତବ୍ୟ

mahabharatanews

ଆଲାଏନ୍ସ ଏୟାରକୁ ସରକାର ଦେବେ ୩୦୦ କୋଟି ପାଣ୍ଠି

mahabharatanews

ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ କଡ୍ଡା ଟକ୍କର

mahabharatanews