ଭାରତ

ଜରୁରୀ କାଳୀନ ଅବତରଣ କଲା ଭାରତୀୟ ହେଲିକପ୍ଟର 

(ଲଦାଖ) : ଲଦାଖରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟରର ଜରୁରୀ କାଳୀନ ଅବତରଣ । ବୁଧବାର ସେନାର ଏକ ଆପାଚି ହେଲିକପ୍ଟର ପାହାଡିଆ ଅଞ୍ଚଳରେ ଜରୁରୀ କାଳୀନ ଅବତରଣ କରିଥିଲା। ତେବେ ହେଲିକପ୍ଟରରେ ଥିବା ଉଭୟ ପାଇଲଟ ସୁରକ୍ଷିତ ଅଛନ୍ତି ବୋଲି ସେନା ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ , ବାୟୁସେନା ଏହି ଘଟଣାର କୋର୍ଟ ଅଫ୍ ଇନକ୍ୱାରି ନିର୍ଦ୍ଦେଶ ଦେଇଛି। ହି ଅବତରଣ ପ୍ରକ୍ରିୟା ସମୟରେ ଭୂଖଣ୍ଡର ଅସ୍ଥିରତା ଏବଂ ଉଚ୍ଚତା କାରଣରୁ ସେ କ୍ଷତିଗ୍ରସ୍ତ ହୋଇଛନ୍ତି। ହେଲିକପ୍ଟରରେ ଥିବା ଉଭୟ ପାଇଲଟ୍ ସୁରକ୍ଷିତ ଅଛନ୍ତି। ତାଙ୍କୁ ନିକଟସ୍ଥ ବାୟୁସେନା ଏୟାରବେସକୁ ନିଆଯାଇଛି। ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ବୋଇଂ କମ୍ପାନୀ ଦ୍ୱାରା ନିର୍ମିତ ଆପାଚି ହେଲିକପ୍ଟର ବିଶ୍ୱର ସବୁଠାରୁ ମାରାତ୍ମକ ହେଲିକପ୍ଟର ମଧ୍ୟରେ ଗଣାଯାଏ ।

Related posts

ସଂସଦରେ ଦରବୃଦ୍ଧି ପ୍ରତିବାଦ: ୧୯ ରାଜ୍ୟସଭା ସାଂସଦ ନିଲମ୍ବିତ

mahabharatanews

ଜାଣନ୍ତୁ ରାମଲଲ୍ଲାଙ୍କ ଆଳତୀ ଓ ଦର୍ଶନ ସମୟ

mahabharatanews

ନିପା ପ୍ରତିଷେଧକ: ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ

mahabharatanews