ଭାରତ

“ମା’ଙ୍କ ଅଭିଶାପ ହେତୁ ଜେଲ ଭୋଗୁଛନ୍ତି କେଜ୍ରିୱାଲ”: ମନୋଜ ତିୱାରୀ 

(ଦିଲ୍ଲୀ) : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏବେ ତିହାର ଜେଲରେ ବନ୍ଦୀ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏପ୍ରିଲ ୧୫ପର୍ଯ୍ୟନ୍ତ ସେ ଜେଲରେ ରହିବାକୁ ଥିବା ବେଳେ ଏବେ ବିଜେପି ସ‌ାଂସଦ ମନୋଜ ତିୱାରୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି , ” ପାଠ ପଢ଼ାଇ ଦେଶକୁ ଶିକ୍ଷିତ କରିବୁ ବୋଲି କହି ଯୁବପିଢ଼ିଙ୍କୁ ମଦ ପିଇବାକୁ କେଜ୍ରିୱାଲ ଅନୁପ୍ରାଣିତ କରିଥିବା କହିଛନ୍ତି ମନୋଜ। “ଅରବିନ୍ଦ କେଜ୍ରିୱାଲଙ୍କୁ ପାଠଶାଳା ଖୋଲିବାର ଥିଲା। ହେଲେ ସେ ମଧୁଶାଳା ଖୋଲିଦେଲେ। ଏହି ଭୁଲ ପାଇଁ ଦିଲ୍ଲୀର ମା’ମାନେ ତାଙ୍କୁ ଅଭିଶାପ ଦେଇଥିଲେ, ଯାହାର ଫଳ ସେ ଏବେ ଜେଲରେ ଭୋଗୁଛନ୍ତି। ଏବେ ଦିଲ୍ଲୀର ମଦ ଦୁର୍ନୀତିରେ ବିଜେପିକୁ ଏକ ଧଳା କାଗଜ ଆଣିବାକୁ ପଡିବ ଏବଂ ମୋର ବିଶ୍ୱାସ ଯେ, ଆମେ ସବୁ କିଛି ସଫା ଓ ସ୍ପଷ୍ଟ କରିଦେବୁ।

Related posts

ପ୍ରସିଦ୍ଧ ପତ୍ରିକାର କଭର୍ ପେଜରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୩୬୨ ଆକ୍ରାନ୍ତ ଚିହ୍ନଟ ଓ ୬୬ ଜଣ ମୃତ

mahabharatanews

ଅଚାନକ ଘାଟିରୁ ଖସିଗଲା ବସ , ୨୭ ମୃତ

mahabharatanews