ଭାରତ

ଦିଲ୍ଲୀ ବିମାନବନ୍ଦରକୁ ଉଡାଇଦେବାକୁ ଧମକ

(ଦିଲ୍ଲୀ) : ପୁଣି ଦିଲ୍ଲୀ ବିମାନବନ୍ଦରକୁ ଉଡାଇଦେବାକୁ ଧମକ । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପରମାଣୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦେଇଛନ୍ତି ଦୁଇ ଯାତ୍ରୀ । ସୋମବାର ଦିନ ଦିଲ୍ଲୀ ପୋଲିସ ଏହି ସୂଚନା ଜାରି କରାଯାଇଛି ।

ପୋଲିସ କହିବା ଅନୁସାରେ, ଧମକ ଦେଇଥିବା ୨ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଏପ୍ରିଲ ୫ରେ ଦିଲ୍ଲୀ ଏୟାରପୋର୍ଟ ଭିତରକୁ ପ୍ରବେଶ କରିବା ପୂର୍ବରୁ ଦୁଇ ଯାତ୍ରୀଙ୍କୁ ଯାଞ୍ଚ୍ କରାଯାଇଥିଲା ଏହି ସମୟରେ ଯାତ୍ରୀ ଦୁଇଜଣ ସୁରକ୍ଷା କର୍ମୀଙ୍କୁ ପରମାଣୁ ବୋମା ପକାଇ ଉଡାଇ ଦେବାର ଧମକ ଦେଇଥିଲେ। ତେବେ ସୋମବାର ଦିନ ଦିଲ୍ଲୀ ପୋଲିସ ଏହି ସୂଚନା ଜାରି କରାଯାଇଛି ।

Related posts

ଜଳୁଛି ରାଜସ୍ଥାନ

mahabharatanews

ଫାଇନାଲ ଦେଖିବେ ପ୍ରଧାନମନ୍ତ୍ରୀଙ୍କ ସହ ଅମ୍ବାନୀ ଏବଂ ଆଦାନୀ

mahabharatanews

ରାଷ୍ଟ୍ରିୟ ସଙ୍ଗୀତ ଗାନକୁ ନେଇ ମାଦ୍ରାସ ବୋର୍ଡର ବଡ ନିଷ୍ପତ୍ତି

mahabharatanews