ଓଡିଶା

ଗୋଲଡେନ ବିଚରେ ଲକ୍ଷାଧିକ ଜେଲି ଫିସ୍

(ପୁରୀ)  : ପୁରୀ ବେଳାଭୂମିରେ ପୁଣି ଦେଖିବାକୁ ମିଳିଛି ଲକ୍ଷାଧିକ ଜେଲି ଫିସ୍ । ଏଥି ପାଇଁ ଲୋକମାନଙ୍କୁ ମଧ୍ୟ ସତର୍କ କରାଯାଇଛି । ପୁରୀ ଦିଗବାରେଣୀ ଛକ ବେଳାଭୂମିରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ଜେଲି ଫିସ । ଏହା ବିଷାକ୍ତ ହୋଇଥିବାରୁ ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି ।

ସୂଚନାନୁଯାୟୀ , ଏହା ପଛରେ କାରଣ କଣ ରହିଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଜେଲି ଫିସର ଲାଳ ଶରୀରରେ ଲାଗିବା ଦ୍ୱାରା ସଂକ୍ରମଣ ହୋଇଥାଏ । ଦେହ କୁଣ୍ଡାଇ ହେବା ସହ ଲାଲ ପଡ଼ିଯାଏ । ୨୦୨୨ ମସିହା ଜୁନ ମାସରେ ଜେଲି ଫିସ ସଂଶ୍ପର୍ଷରେ ଆସି ଅନେକ ପର୍ଯ୍ୟଟକ ଗୁରୁତର ହୋଇଥିଲେ । ବର୍ତମାନ ସୁଦ୍ଧା କୌଣସି ପର୍ଯ୍ୟଟକ ଆହତ ହୋଇ ନଥିବା ବେଳେ ପୁରୀ ସମୁଦ୍ରରେ ନ ଗାଧୋଇବାକୁ ପରାମର୍ଶ ଦିଆଯାଇଛି ।

Related posts

୪ ଯାଏଁ ପ୍ରବଳ ବର୍ଷା ସମ୍ଭାବନା;  ୱାର୍ଣ୍ଣିଂ ଜାରି 

mahabharatanews

ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ଆଲମିରା କାରଖାନା

mahabharatanews

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଜବାବ ଦେଲେ ପାଣ୍ଡିଆନ

mahabharatanews