ଓଡିଶା

ଗୋଲଡେନ ବିଚରେ ଲକ୍ଷାଧିକ ଜେଲି ଫିସ୍

(ପୁରୀ)  : ପୁରୀ ବେଳାଭୂମିରେ ପୁଣି ଦେଖିବାକୁ ମିଳିଛି ଲକ୍ଷାଧିକ ଜେଲି ଫିସ୍ । ଏଥି ପାଇଁ ଲୋକମାନଙ୍କୁ ମଧ୍ୟ ସତର୍କ କରାଯାଇଛି । ପୁରୀ ଦିଗବାରେଣୀ ଛକ ବେଳାଭୂମିରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ଜେଲି ଫିସ । ଏହା ବିଷାକ୍ତ ହୋଇଥିବାରୁ ସମୁଦ୍ରରେ ଗାଧୋଉଥିବା ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି ।

ସୂଚନାନୁଯାୟୀ , ଏହା ପଛରେ କାରଣ କଣ ରହିଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଜେଲି ଫିସର ଲାଳ ଶରୀରରେ ଲାଗିବା ଦ୍ୱାରା ସଂକ୍ରମଣ ହୋଇଥାଏ । ଦେହ କୁଣ୍ଡାଇ ହେବା ସହ ଲାଲ ପଡ଼ିଯାଏ । ୨୦୨୨ ମସିହା ଜୁନ ମାସରେ ଜେଲି ଫିସ ସଂଶ୍ପର୍ଷରେ ଆସି ଅନେକ ପର୍ଯ୍ୟଟକ ଗୁରୁତର ହୋଇଥିଲେ । ବର୍ତମାନ ସୁଦ୍ଧା କୌଣସି ପର୍ଯ୍ୟଟକ ଆହତ ହୋଇ ନଥିବା ବେଳେ ପୁରୀ ସମୁଦ୍ରରେ ନ ଗାଧୋଇବାକୁ ପରାମର୍ଶ ଦିଆଯାଇଛି ।

Related posts

ବସ୍ ଓଲଟି ୧୦ ଯାତ୍ରୀ ଆହତ

mahabharatanews

ଲୋଞ୍ଜିନ୍ସର ଘଣ୍ଟାର ଉଦ୍ଘାଟନ କଲେ ଦଙ୍ଗଲ ଗାର୍ଲ

mahabharatanews

କ୍ୱାରାଣ୍ଟାଇନ ରୁମରେ ଅବ୍ୟବସ୍ଥା,ସରକାର ଙ୍କ ନିର୍ଦେଶକୁ ମାନୁନାହାନ୍ତି ସରପଞ୍ଚ

mahabharatanews