ଭାରତମନୋରଞ୍ଜନ

ଭାଇଙ୍କ ପାର୍ଟିକୁ ୫ କୋଟି ଟଙ୍କା ଦେଲେ ସୁପରଷ୍ଟାର ଚିରଞ୍ଜୀବୀ

(ମୁମ୍ବାଇ) :  ଲୋକସଭା ନିର୍ବାଚନ ପୂର୍ବରୁ ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀ ତାଙ୍କ ଭାଇ ପୱନ କଲ୍ୟାଣଙ୍କ ଜନସେନା ପାର୍ଟିକୁ ୫ କୋଟି ଟଙ୍କା ଦାନ କରିଛନ୍ତି। ଯାହା ଏବେ ସବୁଆଡେ ଚର୍ଚାର ବିଷୟ ପାଲଟିଛି । ଅଭିନେତା ଚିରଞ୍ଜୀବୀଙ୍କ ସାନ ଭାଇ ପୱନ କଲ୍ୟାଣ ଟିଡିପି ଏବଂ ବିଜେପି ସହିତ ଲୋକସଭା ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ଲଢୁଥିବା ଜନସେନା ଦଳର ମୁଖ୍ୟ ଅଟନ୍ତି।

ସୂଚନାନୁଯାୟୀ, ଜନସେନା ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ଅବସରରେ ସୁପରଷ୍ଟାର ଚିରଞ୍ଜୀବୀ ନିର୍ବାଚନ ଲଢ଼ିବା ଉଦ୍ଦେଶ୍ୟରେ ଦଳ ପାଇଁ ପୱନ କଲ୍ୟାଣଙ୍କୁ ୫ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ଜନସେନା ମୁଖ୍ୟ ହାଇଦ୍ରାବାଦଠାରୁ ୮୦ କିଲୋମିଟର ଦୂର ପୋଚମ୍ପଲ୍ଲୀ ଯାଇଥିଲେ, ଯେଉଁଠାରେ ଅଭିନେତା ଚିରଞ୍ଜୀବୀ ତାଙ୍କର ନୂଆ ଚଳଚ୍ଚିତ୍ର ବିଶ୍ୱମ୍ଭାରାର ସୁଟିଂ କରୁଥିଲେ। ସାକ୍ଷାତ ସମୟରେ ଦୁଇ ଭାଇ ରାଜନୀତି ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ।

Related posts

୧ରେ ସ୍ୱଚ୍ଛତା ପାଇଁ ୧ ଘଣ୍ଟା ଶ୍ରମଦାନ କରିବାକୁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ 

mahabharatanews

ମିସ୍‌ ୱାର୍ଲ୍ଡ ମୁକୁଟ ହାତେଇଲେ କ୍ରିଷ୍ଟିନା ପାଇସ୍କୋଭା 

mahabharatanews

ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ

mahabharatanews