ଭାରତ

ହାରିସ ଆୟର୍ଲାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ

(ଦିଲ୍ଲୀ) : ଆୟର୍ଲାଣ୍ଡ ତାହାର ନୂତନ ପ୍ରଧାନମନ୍ତ୍ରୀ ଚୟନ କରିଛି। ଶାସକ ଫାଇନ ଗେଲ ଦଳ ଭାରତୀୟ ବଂଶୋଦ୍ଭବ ସାଇମନ ହାରିସଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛି। ୩୭ ବର୍ଷିୟ ହାରିସ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ସୂଚାନନୁଯାୟୀ , ମଙ୍ଗଳବାର ସଂସଦରେ ହୋଇଥିବା ଭୋଟ୍‌ରେ ସାଂସଦ ସାଇମନ୍ ହାରିସ୍ ଆୟର୍ଲାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ହାରିସ୍ ମାତ୍ର ୩୭ ବର୍ଷ ବୟସରେ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ଏହାପୂର୍ବରୁ ଭାରତୀୟ ମୂଳ ଲିଓ ଭାରାଦକର ଆୟର୍ଲାଣ୍ଡର ସର୍ବଙ୍‌କନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ। ସେ ଗତ ମାସରେ ଏହି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପରଠାରୁ ହରିସ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା ଏବଂ ଶେଷରେ ଏହା ହିଁ ଘଟିଥିଲା। ମଙ୍ଗଳବାର ଆୟର୍ଲାଣ୍ଡ ସଂସଦରେ ହାରିସଙ୍କ ସମର୍ଥନରେ ୮୮ ଭୋଟ ଦିଆଯାଇଥିଲା। ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ ନ କରି, ସେ ନିଜକୁ ଜଣେ ଉତ୍ସର୍ଗୀକୃତ ରାଜନେତା ଭାବରେ ପ୍ରତିଷ୍ଠିତ କଲେ। ସେ ପାର୍ଟି ଭିତରେ ବିଭିନ୍ନ ଭୂମିକା ଗ୍ରହଣ କରିଥିଲେ।

Related posts

୨୦୦୦ ଟଙ୍କା ନୋଟ୍ ନେବାକୁ ମନା କରିପାରିବେନି ଦୋକାନୀ; ଆରବିଆଇ ଗଭର୍ଣ୍ଣର

mahabharatanews

 ନେହେରୁ ଷ୍ଟାଡିୟମରେ ଭୁଶୁଡିଲା ପେଣ୍ଡାଲ

mahabharatanews

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

mahabharatanews