ଭାରତ

କେ କବିତାଙ୍କୁ ଗିରଫ କଲା ସିବିଆଇ

(ଦିଲ୍ଲୀ) : ଦିଲ୍ଲୀ ମଦ ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା ବିଆରଏସ ନେତ୍ରୀ କେ କବିତାଙ୍କୁ ଗିରଫ କରିଛି। ଗୁରୁବାର ଦିନ କବିତାଙ୍କୁ ଗିରଫ କରାଯାଇଛି । କେ କବିତା ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ଶନିବାର ଦିନ ସିବିଆଇ କବିତାଙ୍କୁ ଜେଲରେ ପଚରାଉଚରା କରିଥିଲା। ମାର୍ଚ୍ଚ ୧୫ରେ ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କବିତାଙ୍କୁ ଗିରଫ କରିଥିଲା।

ସୂଚନାନୁଯାୟୀ , ଏପ୍ରିଲ୍ ୯ରେ ରାଉସ୍ ଆଭେନ୍ୟୁ କୋର୍ଟ । କବିତାଙ୍କ ହେପାଜତ ଏପ୍ରିଲ ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। BRS ନେତା କେ କବିତା ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଜଣେ ଅଭିଯୁକ୍ତ। ଏହି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଗିରଫ କରାଯାଇଛି। କେଜ୍ରିୱାଲଙ୍କ ପୂର୍ବରୁ ଇଡିରେ କେ କବିତାଙ୍କୁ ଗିରଫ କରାଯାଇଥିଲା। ଇଡି ଏହି ମାମଲାରେ କବିତାଙ୍କୁ ଦୁଇଟି ସମନ ଜାରି କରାଯାଇଥିଲା। କବିତା ଏଥିପ୍ରତି ଧ୍ୟାନ ଦେଇନଥିଲେ।

Related posts

ନମାଜ ପଢ଼ିବାକୁ ଆଶାତୀତ ଭିଡ଼

mahabharatanews

ବନ୍ଦେ ଭାରତ ଟ୍ରେନ ଉପରକୁ ପୁଣି ପଥର ମାଡ଼

mahabharatanews

ମାର୍ଚ୍ଚରେ ଇଡ଼ିରେ ହଜାର ହେବେ କେଜ୍ରିୱାଲ

mahabharatanews