ମନୋରଞ୍ଜନ

ଇଦରେ ସଲମାନଙ୍କ ଘର ଆଗରେ ଲାଠିଚାର୍ଜ 

(ମୁମ୍ବାଇ) :  ଇଦ୍‌ର ସ୍ୱତନ୍ତ୍ର ଅବସରରେ ସଲମାନ୍‌ ଖାନ୍‌ଙ୍କ ପ୍ରଶଂସକମାନେ ସୁପରଷ୍ଟାରମାନଙ୍କୁ ଦେଖିବା ପାଇଁ ତାଙ୍କ ଗାଲାକ୍ସି ବାସଭବନ ବାହାରେ ଆଜି ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ଦୁର୍ଭାଗ୍ୟବଶତଃ ଭିଡ଼ ଏତେ ଅସମ୍ଭାଳ ହୋଇପଡ଼ିଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା।

ସୂଚନାନୁଯାୟୀ , ଇଦ୍‌ର ଶୁଭେଚ୍ଛା ଜଣାଇବା ପାଇଁ ବିଭିନ୍ନ ସହରରୁ ଆସିଥିବା ସଲମାନ୍‌ଙ୍କ ପ୍ରଶଂସକମାନେ ତାଙ୍କ ମୁମ୍ବାଇ ବାସଭବନ ବାହାରେ ଧାଡ଼ି ବାନ୍ଧିଥିଲେ। ତାଙ୍କୁ ଦେଖିବା ପାଇଁ କିଛି ସମୟ ଅପେକ୍ଷା କରିଥିବା ଫ୍ୟାନ୍‌ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ଏହା ସତ୍ତ୍ୱେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ୍‌କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ସଲମାନ ଖାନ ନିଜ ପ୍ରଶଂସକଙ୍କ ପାଇଁ ଇଦ୍‌କୁ ସ୍ପେଶାଲ କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ।

Related posts

ପୁନମ ମିଥ୍ୟା ମୃତ୍ୟୁ ମାମଲା : PR ଟିମ ମାଗିଲେ କ୍ଷମା

mahabharatanews

ଚର୍ଚାରେ ଶ୍ରଦ୍ଧା କପୁରଙ୍କ ପ୍ରେମିକ  

mahabharatanews

କିଙ୍ଗ ଖାନଙ୍କୁ ଏକ ବିଲେଇ ଫଟୋ ଉପହାର 

mahabharatanews