ମନୋରଞ୍ଜନ

ପୁନମ ମିଥ୍ୟା ମୃତ୍ୟୁ ମାମଲା : PR ଟିମ ମାଗିଲେ କ୍ଷମା

(ମୁମ୍ବାଇ) : ବିବାଦୀୟ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେ ଲାଇମ୍ ଲାଇଟରେ ଅଛନ୍ତି । ସେ ନିଜ ମିଥ୍ୟା ମୃତ୍ୟୁ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି ।  ପୁନମ ପାଣ୍ଡେଙ୍କ ମିଥ୍ୟା ମୃତ୍ୟୁ ଖବର ପରେ ଏବେ ଏକ ବଡ଼ ବିବାଦ ଦେଖାଦେଇଛି । ଯାହା ପରେ ବର୍ତ୍ତମାନ ତାଙ୍କ PR ଟିମ୍ ଏହି ପ୍ରସଙ୍ଗରେ କ୍ଷମା ପ୍ରାର୍ଥନା କରିଛନ୍ତି। ଶବାଙ୍ଗର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରାଯାଇଥିଲା। ଏହି ମିଥ୍ୟା ଖବର ପ୍ରଚାର କରିବା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସୂଚନାନୁଯାୟୀ , ପ୍ରଥମେ ସୋସିଆଲ ମିଡିଆରେ ସେ ନିଜ ମିଥ୍ୟା ଖବର ପ୍ରଚାର କରିଥିଲେ, ପର ଦିନ ଅଭିନେତ୍ରୀ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରି କହିଥିଲେ ସେ, ଜୀବିତ ଅଛନ୍ତି । ଯାହା ପରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି ହୋଇଥିଲା । ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ପୁନମଙ୍କର ନିନ୍ଦା କରିଥିଲେ ଏବଂ ତାଙ୍କୁ ଟ୍ରୋଲର ଶିକାର ହେବା ପାଇଁ ପଡିଥିଲା । ଏଥିପାଇଁ ଆମେ ସମସ୍ତଙ୍କୁ ହୃଦୟରୁ କ୍ଷମା ମାଗୁଛି । ଆମର ଲକ୍ଷ୍ୟ ଥିଲା ଯେଉଁମାନେ କର୍କଟ ଭଳି ରୋଗର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ।

Related posts

ସ୍ୱାମୀଙ୍କ ମୃତ୍ୟୁ ପରେ କଷ୍ଟକର ଥିଲା ନୀତୁଙ୍କ ସମୟ…

mahabharatanews

ଧମାଲ ମଚାଉଛି  ଫିଲ୍ମ ‘Yodha’

mahabharatanews

 କାମାକ୍ଷା ମନ୍ଦିରରେ ତମନ୍ନା ଭାଟିଆ

mahabharatanews