ଓଡିଶା

ପ୍ରବଳ ତାତି : ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

(ଭୁବନେଶ୍ୱର) : ଗ୍ରୀଷ୍ମପ୍ରବାହକୁ  ନେଇ କାଲି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । କଟକ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରକୁ ୟେଲୋ ୱାର୍ଣ୍ଣିଂ । ତେବେ ଆସନ୍ତା ୫ ଦିନ ଯାଏଁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବୃଦ୍ଧି ସମ୍ଭବନା । ପୁଣି ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

 ତେବେ ଆମେ ଯଦି ଦେଖିବ ୧୫ ଓ ୧୬ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ୧୭ରୁ ୨୦ ତାରିଖ ବେଳକୁ ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବା ସମ୍ଭାବନା ରହିଛି । କିଛି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ । ସତର୍କ ରହିବାକୁ ପରାମର୍ଶ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Related posts

ତିନି ଦିନରେ ପହଁଚିଲା ହିଂଜିଳି ପୋଲିସର ଯାଞ୍ଚ

mahabharatanews

ସାମ୍ଭାବ୍ୟ ବାତ୍ୟା; ମତ୍ସଜୀବୀଙ୍କୁ ସମୁଦ୍ର ମନା 

mahabharatanews

କ୍ଲାସରୁମ ପରୀକ୍ଷାକୁ ବିରୋଧ:  ବିଜେବି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

mahabharatanews