ଓଡିଶା

ଶ୍ରୀମନ୍ଦିରରେ ପୁଣି ସିଂହଦ୍ୱାର ପ୍ରତିହାରୀ ସେବା

ଏବେ ଠାରୁ ଅଣ ହିନ୍ଦୁଙ୍କୁ ରୋକିବା ପାଇଁ ଆରମ୍ଭ ହେଲା ସ୍ଵତନ୍ତ୍ର ବ୍ୟବସ୍ଥା। ଆଜିଠାରୁ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହୋଇଛି ସିଂହଦ୍ୱାର ପ୍ରତିହାରୀ ସେବା। ଆଜିଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସକାଳୁ ଦ୍ୱାର ଫିଟା ସମୟରେ ଦୁଇ ଜଣ ଓ ସନ୍ଧ୍ୟାରେ ଆଳତି ସମୟରେ ୨ଜଣ ପ୍ରତିହାରୀ ସେବକ ମୁତୟନ ରହିବେ ।

ସିଂହଦ୍ୱାର ନିକଟରେ ଜଗିରହିଛନ୍ତି ପ୍ରତିହାରୀ ସେବକ। ଶ୍ରଦ୍ଧାଳୁଙ୍କୁ ଉପରେ ସେମାନେ ରଖିଛନ୍ତି ନଜର। କୌଣସି ଅଣହିନ୍ଦୁ ଯେପରି ମନ୍ଦିର ଭିତରକୁ ପ୍ରବେଶ ନକରନ୍ତି, ସେଥିପାଇଁ ନଜର ରଖିଛନ୍ତି। ପୂର୍ବକାଳରେ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ଓ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରତିହାରୀ ସେବକମାନେ ଦାୟିତ୍ୱ ନିର୍ବାହ କରୁଥିଲେ। ତେବେ କାଳକ୍ରମେ ସିଂହଦ୍ୱାର ପ୍ରତିହାରୀ ସେବା ବନ୍ଦ ହୋଇଯାଇଥିଲା। ସେମାନେ କେବଳ ଶ୍ରୀମନ୍ଦିର ଭିତରେ ଏବଂ ରଥଯାତ୍ରା ସମୟରେ ସେବା ଯୋଗାଉଥିଲେ। ତେବେ ଅଣହିନ୍ଦୁଙ୍କୁ ଚିହ୍ନଟ କରି ସେମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ନଦେବା ପାଇଁ ସିଂହଦ୍ୱାର ପ୍ରତିହାରୀ ସେବାର ପୁନଃପ୍ରଚଳନ ହୋଇଛି।

Related posts

ଟ୍ରକ ଓଲଟି ଶ୍ରମିକ ମୃତ

mahabharatanews

ଆରମ୍ଭ ହେଲା ପହଣ୍ଡି,ସିଂହାସନକୁ ବିଜେ କରିବେ ସୁଦର୍ଶନ

mahabharatanews

ଜମି କେଳେଙ୍ଗାରୀ: କାହାର ସ୍ୱାର୍ଥରେ ଚାଲିଛି ଜମିବିକ୍ରି

mahabharatanews