ଭାରତ

ମନୋଜ ତିୱାରୀଙ୍କୁ ଟକ୍କର ଦେବେ କହ୍ନେୟା କୁମାର

(ଦିଲ୍ଲୀ) : ଆଗାମୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ରବିବାର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କଂଗ୍ରେସର ଏହି ପ୍ରାର୍ଥୀ ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଉତ୍ତର ପୂର୍ବ ଦିଲ୍ଲୀରୁ କହ୍ନେୟା କୁମାରଙ୍କୁ କଂଗ୍ରେସ ଟିକେଟ ଦେଇଛି। କହ୍ନେୟା କୁମାର ଭାଜପା ପ୍ରାର୍ଥୀ ମନୋଜ ତିୱାରୀଙ୍କୁ ଟକ୍କର ଦେବେ।

ସୂଚନାନୁଯାୟୀ , ସେହିପରି ଦିଲ୍ଲୀର ଚାନ୍ଦନୀ ଚୌକ ଆସନରୁ ଜେପି ଅଗ୍ରୱାଲ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀର ଉଦିତ ରାଜଙ୍କୁ ଟିକେଟ ଦିଆଯାଇଛି। କଂଗ୍ରେସ ପଟିଆଲାରୁ ଧରମବୀର ଗାନ୍ଧୀ, ସଙ୍ଗରୁରୁ ସୁଖପାଲ ସିଂ ଖୈରା, ଅମୃତସରରୁ ଗୁରୁଜିତ ଔଜଲା, ଜଳନ୍ଧରରୁ ଚରଣଜିତ ସିଂ ଚନ୍ନି ଏବଂ ଆହ୍ଲାବାଦରୁ ଉଜ୍ୱଳ ରେବତୀ ରମଣ ସିଂଙ୍କୁ ଟିକେଟ ଦେଇଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନରେ ସେ ସିପିଆଇ ଟିକେଟରେ ବେଗୁସରାଇ ଲୋକ ସଭା ଆସନରୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

Related posts

ଆସନ୍ତାକାଲି ନାମାଙ୍କନ ଦାଖଲ ଭରିବେ ମୋଦି 

mahabharatanews

କିଏ ହେବ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ନୂତନ ଚାମ୍ପିଅନ ?

mahabharatanews

ଭୂକମ୍ପରେ ଥରିଲା  ଜମ୍ମୁ ଓ କଶ୍ମୀର

mahabharatanews