ବିଶ୍ୱ

ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ 

(ଦିଲ୍ଲୀ) :  କାଲି ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ କରିଛି। ଇରାନର ଏହି ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶମାନଙ୍କ ରାଗ ବଢିଛି। ଆମେରିକା, ବ୍ରିଟେନ ଏବଂ ଜର୍ମାନୀ ସହିତ ମିଳିତ ଜାତିସଂଘ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛି । ଇରାନ ଇସ୍ରାଏଲ ଉପରେ ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା, ଏହା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା।

ସୂଚନାନୁଯାୟୀ , ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ମିଳିତ ଜାତିସଂଘ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଏହି ସମୟରେ ଇରାନ ଆମେରିକାକୁ ଚେତାବନୀ ଦେଇଛି ଯେ, ଯଦି ୱାଶିଂଟନ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟକୁ ସମର୍ଥନ କରେ, ତେବେ ଏହା ଆମେରିକାକୁ ମଧ୍ୟ ଟାର୍ଗେଟ କରିବ। ଇରାନ ଆହୁରି କହିଛି, ‘ଯଦି ଇସ୍ରାଏଲ ଆଉ ଏକ ଭୁଲ୍‌ କରେ, ତେବେ ଏହାର ପରିଣାମ ଭୋଗିବ। ଏହି ବିବାଦ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ରହିଛି। ଆମେରିକା ଏଥିରୁ ଦୂରରେ ରହିବା ଉଚିତ୍।’ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଇସ୍ରାଏଲ ଉପରେ ଇରାନର ଆକ୍ରମଣକୁ କଡା ନିନ୍ଦା କରିଥିଲେ। ଜି-୭ ନେତାଙ୍କ ସହ ବୈଠକ କରି ଆଗମୀ ପଦକ୍ଷେପ କ’ଣ ହେବ ସେ ନେଇ ଆଲୋଚନା କରିଥିଲେ। ସେହିପରି ଭାରତ ମଧ୍ୟ ଦୁଇ ଦେଶକୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିଥିଲା।

Related posts

ଭାରତରେ ବିଶ୍ୱକପ୍ ଖେଳ ନହେଲେ ବାହାର ରାସ୍ତା ଦେଖ ।

mahabharatanews

ଗିରଫ ହେଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

mahabharatanews

ଆର୍ଥିକ ସଂକଟରେ ଶ୍ରୀଲଙ୍କା

mahabharatanews