ଭାରତ

ନିର୍ବାଚନ ଲଢ଼ିବେ ନାହିଁ କିରନ ଖେର

(ଦିଲ୍ଲୀ) : ଅନୁପମ ଖେର ତାଙ୍କ ପତ୍ନୀ  ତଥା ଚଣ୍ଡିଗଡ଼ ସାଂସଦ କିରନ ଖେର ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ସୂଚନା ଦେଇଛନ୍ତି। କିରନଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲେ ହେଁ ସେ ନିଜେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସମସ୍ତଙ୍କୁ ସ୍ପଷ୍ଟ ଭାବେ ସୂଚନା ଦେଇଥିଲେ। କିରନ୍ ଖେର ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଛନ୍ତି, ‘ଦୁଇ ମାସ ପୂର୍ବେ ମୁଁ ଦଳର ସଭାପତି ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲି। ଏହି ସମୟରେ ମୁଁ ଚଳିତ ନିର୍ବାଚନ ଲଢ଼ି ପାରିବି ନାହିଁ, ତେଣୁ ମୋତେ ପ୍ରାର୍ଥୀ କରିବ ନାହିଁ ‌ବୋଲି ଅନୁରୋଧ କରିଥିଲି। ଅନୁରେ‌ାଧ କ୍ରମେ ଦଳ ମୋତେ ପ୍ରାର୍ଥୀ କରିନାହିଁ। ଆଶା କରୁଛି କିଛିଦିନର ବିଶ୍ରାମ ପରେ ପୁଣି ପୂର୍ବ ପରି ଦଳ ପାଇଁ କାମ କରିବି।

Related posts

ଭିଡିଓରେ ହାଜର ହେଲେ ଅରବିନ୍ଦ କେଜ୍ରିୱାଲ  

mahabharatanews

କଓ୍ବର୍ଦ୍ଧାରେ ସଡ଼କ ଦୁର୍ଘଟଣା, ୧୮ ମୃତ

mahabharatanews

ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଛି

mahabharatanews