ଭାରତ

“କଙ୍ଗନାକୁ ବର୍ଷା ଦିନିଆ ବେଙ୍ଗ “: ବିକ୍ରମଦିତ୍ୟ

(ହିମାଚଳ ପ୍ରଦେଶ) : ହିମାଚଳ ପ୍ରଦେଶର ମାଣ୍ଡି ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମଦିତ୍ୟ ବିଜେପି ପ୍ରାର୍ଥୀ କଙ୍ଗନା ରାନାୱତଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଆଜିକାଲି ରାଜ୍ୟରେ ପାଗ ଭଲ ରହିଛି । ଦୁଇ-ତିନି ମାସ ଏଠାରେ ବୁଲିବା ପରେ ସେ ନିଜ ବେଡ଼ଂ ବସ୍ତାନି ବାନ୍ଧି ଫେରିଯିବେ ।
ବିକ୍ରମଦିତ୍ୟ ମଧ୍ୟ କଙ୍ଗନାକୁ ବର୍ଷା ଦିନିଆ ବେଙ୍ଗ ବୋଲି କହିବାକୁ ପଛାଇ ନାହାନ୍ତି । ବର୍ତ୍ତମାନ ରାଜନୈତିକ ବୟାନବାଜି ଦେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବିକ୍ରମାଦିତ୍ୟ ସିଂ ।

ସେ କଙ୍ଗନାଙ୍କୁ କଡା କଡାକ୍ଷ କରି କହିଛନ୍ତି ଯେ, ‘କଙ୍ଗନା ହେଉଛନ୍ତି ବର୍ଷା ଦିନିଆ ବେଙ୍ଗ, ନିର୍ବାଚନ ସରିଗଲେ ସେ ପୁଣି ମୁମ୍ବାଇ ଫେରିଯିବେ । ନିର୍ବାଚନ ପ୍ରଚାର ସମୟରେ କଙ୍ଗନା ଯାହା କରୁଛନ୍ତି ଲାଗୁଛି ଯେପରି ଫିଲ୍ମ ସୁଟିଂ ଚାଲିଛି । ନିଜର ବେଶଭୂଷା ବଦଳାଇ ଦେଲେ କେହି କେବେ ଜନତାଙ୍କ ହୃଦୟ ଜିତିପାରିବେନି କି ଲୋକଙ୍କ ସମସ୍ୟା ବୁଝିପାରିବେନି’ । ମଣ୍ଡି ଆସନରୁ ଗତ ୨ଟି ନିର୍ବାର୍ଚନରେ ବାଜିମାତ କରିଛି ବିଜେପି ।

Related posts

ଗାମ୍ବିଆ ଡେଥ୍ ଟ୍ରାଜେଡି ପରେ ହୁ ର କଡା ନିର୍ଦ୍ଦେଶ

mahabharatanews

ବିହାରରେ ଭାଙ୍ଗିବ କି ବିଜେପି ଜେଡିୟୁ ମେଣ୍ଟ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୦୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews