ଭାରତ

ଶପଥ ଗ୍ରହଣ କରିବାକୁ ସଞ୍ଜୟ ସିଂଙ୍କୁ ଅନୁମତି

(ଦିଲ୍ଲୀ) : ଆପ ନେତା ସଞ୍ଜୟ ସିଂଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ସଞ୍ଜୟ ସିଂଙ୍କୁ ସାଂସଦ ଭାବରେ ଶପଥ ଗ୍ରହଣ କରିବାକୁ ଅନୁମତି ଦେଇଛନ୍ତି । ଫେବୃଆରୀ ୫ରେ ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିବାକୁ ସଞ୍ଜୟ ସିଂଙ୍କୁ ଅନୁମତି ମିଳିଛି ।

ସୂଚନାନୁଯାୟୀ , ସଞ୍ଜୟ ସିଂଙ୍କୁ ସକାଳ ୧୦ଟାରେ ସଂସଦକୁ ନେବାକୁ ଜେଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ବର୍ଷ ଅକ୍ଟୋବର ୪ରେ ଇଡି ସିଂଙ୍କୁ ଗିରଫ କରିଥିଲା। ସଞ୍ଜୟ ସିଂ ଗତ ମାସରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରୁ ରାଜ୍ୟସଭାକୁ ନିର୍ବାଚିତ ହୋଇନଥିଲେ । ବରିଷ୍ଠ ଆପ ନେତା ସଞ୍ଜୟ ସିଂ ଗୁରୁବାର ଦିନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ପହଞ୍ଚି ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିବା ପାଇଁ ତଥା ବର୍ତ୍ତମାନର ସଂସଦ ଅଧିବେଶନରେ ଯୋଗଦେବା ପାଇ ଓ ଏକ୍ସାଇଜ୍ ସ୍କାମ ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଥିଲେ । ଏହି ଆବେଦନରେ ସଞ୍ଜୟ ସିଂ ୪ରୁ ୧୦ଫେବୃଆରୀ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଅନୁରୋଧ କରିଥିଲେ।

Related posts

ଏନ୍‌ଡିଟିଭି ଛାଡ଼ିଲେ ବରିଷ୍ଠ ସାମ୍ବାଦିକ ରବିଶ କୁମାର

mahabharatanews

ବିଧାୟକ ମୁକୁଲ ରାୟଙ୍କ ବିଗିଡିଲା ସ୍ୱାସ୍ଥ୍ୟ ଅବସ୍ଥା

mahabharatanews

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ

mahabharatanews