ଭାରତ

ସାଧାରଣ ନିର୍ବାଚନ; ଆକାଶବାଣୀ ଓ ଦୂରଦର୍ଶନରେ ପ୍ରଚାର ପାଇଁ ମିଳିଲା ସମୟ

ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ ସ୍ୱୀକୃତିପ୍ରାପ୍ତ ଜାତୀୟ ରାଜନୈତିକ ଦଳ ଓ ରାଜ୍ୟ ରାଜନୈତିକ ଦଳମାନେ ଦେୟମୁକ୍ତ ନିର୍ବାଚନ ପ୍ରଚାରର ସମୟ ନିର୍ଘଣ୍ଟ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚିରକୁଟ ଉଠାଣ ମାଧ୍ୟମରେ ସ୍ଥିରୀକୃତ ହୋଇଛି।

ବ୍ୟବସ୍ଥା ଅନୁସାରେ ସ୍ୱୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟ ରାଜନୈତିକ ଦଳମାନେ ଆକାଶବାଣୀ ଓ ଦୂରଦର୍ଶନରେ ନିର୍ବାଚନ ପ୍ରଚାର ପାଇଁ ସମୟ ପାଇଥାନ୍ତି । ସେହିକ୍ରମରେ ଆକାଶବାଣୀ, କଟକ କେନ୍ଦ୍ର ଓ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକଫର ଏନ୍‌. ତିରୁମାଲା ନାୟକଙ୍କ ପୌରୋହିତ୍ୟରେ ଏହି ଚିରକୁଟ ଉଠାଣ ପ୍ରକ୍ରିୟା କରାଯାଇଥିଲା । ଏଥିରେ ଭାରତୀୟ ଜନତା ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ, ଆମ୍‌ ଆଦ୍‌ମି ପାର୍ଟି, ସିପିଆଇ(ଏମ୍‌) ଓ ବହୁଜନ ସମାଜ ପାର୍ଟିର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଆକାଶବାଣୀ, କଟକ ପକ୍ଷରୁ କାର୍ଯ୍ୟକ୍ରମ ପ୍ରମୁଖ ଶ୍ରୀ ତରୁଣ କାନ୍ତି ରାଉତ ଓ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ କାର୍ଯ୍ୟକ୍ରମ ପ୍ରମୁଖ ଶ୍ରୀ ଦେବାଶିଷ ହାଲ୍‌ଦାର ଚିରକୁଟ ଉଠାଣ ପ୍ର୍ରକି୍ରୟା ସଂପାଦନ କରିଥିଲେ । ଏହି ସମୟ ନିର୍ଘଣ୍ଟ ମଧ୍ୟରେ ସଂପୃକ୍ତ ଦଳମାନେ ଆଦର୍ଶ ଆଚରଣ ବିଧି ଅନୁସାରେ ନିର୍ବାଚନ ପ୍ରଚାର ପାଇଁ ସୁଯୋଗ ପାଇବେ ।

Related posts

ଲୋକପ୍ରିୟ ୟୁଟ୍ୟୁବର୍‌ଙ୍କୁ

mahabharatanews

ଥମୁନି ମଣିପୁର ହିଂସା : ୨୯ଟି ଅଟୋମେଟିକ୍ ଅସ୍ତ୍ର ଜବତ

mahabharatanews

‘ଦିଲ୍ଲୀ ହସ୍ପିଟାଲ୍‌ରେ ଅଚାନକ ଅଗ୍ନିକାଣ୍ଡ; ୨୦ ଶିଶୁ ସୁରକ୍ଷିତ

mahabharatanews