ଭାରତ

ମଧ୍ୟପ୍ରାଚ୍ୟରେ ବଢ଼ିଲା ଅସ୍ଥିରତା

(ଦିଲ୍ଲୀ) : ଇସ୍ରାଏଲ ଉପରେ ଇରାନ ଆକ୍ରମଣର ୬ ଦିନ ପରେ ଆଜି ପାଲଟା ଆକ୍ରମଣ ହୋଇଛି। ଇରାନର ଏକ ପରମାଣୁ ପ୍ରତିଷ୍ଠାନ ଓ ପରମାଣୁ ଗବେଷଣା କେନ୍ଦ୍ର ସମେତ ବିଭିନ୍ନ ସାମରିକ ଘାଟିକୁ ଟାର୍ଗେଟ୍‌ କରି ଇସ୍ରାଏଲ ଡ୍ରୋନ୍‌ ଆକ୍ରମଣ କରିଛି।

ସୂଚନାନୁଯାୟୀ , ଇରାନ କହିଛି ଯେ ଆମ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ ରହିଛି ଏବଂ ଆମ ଅଂଚଳକୁ ଆସିଥିବା ୩ଟି ଡ୍ରୋନ୍‌କୁ ଆମେ ନଷ୍ଟ କରିଦେଇଛୁ। ଅନ୍ୟପକ୍ଷରେ ଇସ୍ରାଏଲର ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଉତ୍ତେଜନା ଓ ଅସ୍ଥିରତା ବଢ଼ିଯାଇଛି। ଆଜି ସକାଳ ପ୍ରାୟ ୬ଟାରେ ଇସ୍ରାଏଲ ଇରାନ ଉପରେ କ୍ଷେପଣାସ୍ତ୍ର-ଡ୍ରୋନ୍ ଜରିଆରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଇରାନର ଇସ୍ଫାହାନ ପ୍ରଦେଶର ବିମାନବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ତେବେ ଇସ୍ରାଏଲ ପଟୁ ଏଭଳି ଆକ୍ରମଣ ନେଇ କୌଣସି ବୟାନ ଜାରି ହୋଇନାହିଁ। ଅନ୍ୟପଟେ ଇରାନ ଗଣମାଧ୍ୟମ ଡ୍ରୋନ୍‌ ଆକ୍ରମଣ ବିଫଳ ହୋଇଥିବା କହିଥିଲେ ମଧ୍ୟ ଇସ୍ରାଏଲ ଦ୍ବାରା ଏହି ଆକ୍ରମଣ ହୋଇଥିବା ନେଇ କୌଣସି ରିପୋର୍ଟ ପ୍ରକାଶ କରିନାହିଁ।

Related posts

ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

mahabharatanews

କେଜ୍ରିୱାଲଙ୍କ ଆବେଦନ ଖାରଜ

mahabharatanews

୫୦୦ ଶୀର୍ଷ କମ୍ପାନୀରେ ୧ କୋଟି ଯୁବବର୍ଗଙ୍କୁ ମିଳିବ ଇଣ୍ଟନସିପ୍ ସୁବିଧା

mahabharatanews