ଭାରତ

ଲୋକସଭା ନିର୍ବାଚନ ଲଢ଼ିବେନି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ

(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ହାଇପ୍ରୋଫାଇଲ ଆମେଥି ଓ ରାଏବରେଲି ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନକୁ ନେଇ ଚାଲିଥିବା ସସପେନ୍ସ ମଧ୍ୟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକସଭା ନିର୍ବାଚନ ଲଢ଼ିବାର ସମ୍ଭାବନା ନ ଥିବା ଜଣାପଡ଼ିଛି।

ସୂଚନାନୁଯାୟୀ , ପ୍ରିୟଙ୍କା କେବଳ ନିର୍ବାଚନ ପ୍ରଚାର କରିବେ ଏବଂ ଆମେଥି କିମ୍ବା ରାଏବରେଲିରୁ ନିର୍ବାଚନ ଲଢ଼ିବା ନେଇ କୌଣସି ଯୋଜନା ନାହିଁ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଉତ୍ତରପ୍ରଦେଶ ଦାୟିତ୍ୱରେ ଥିବା ସାଧାରଣ ସମ୍ପାଦକଙ୍କ ସମେତ କଂଗ୍ରେସ ନେତାମାନେ ରାହୁଲ ଓ ପ୍ରିୟଙ୍କାଙ୍କୁ ଆମେଥି ଓ ରାୟବରେଲିରେଦଳର ପ୍ରାର୍ଥୀ କରିବାକୁ ଜୋରଦାର ଦାବି କରିଥିଲେ, ଯେଉଁଠି ମେ ୨୦ରେ ମତଦାନ ହେବ। ୨୦୧୯ ଲୋକସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ଗଡ଼ ଆମେଥିରେ ପରାସ୍ତ କରିଥିଲେ।

Related posts

ମହିଳା ଏସିଆ କପ୍: ପାକିସ୍ତାନଠୁ ହାରିଲା ଭାରତ

mahabharatanews

ଅଲ-ଶିଫା ହସ୍ପିଟାଲରେ ପଶିଲେ ଇସ୍ରାଏଲ ସେନା

mahabharatanews

ଆସନ୍ତାକାଲି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି 

mahabharatanews